ପ୍ରମୁଖ ଖବର

ଡିପିଡିପି ଆଇନକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨ ଦିନ ଘୁଞ୍ଚିଲା ଓସିଏସ୍‌ ମୁଖ୍ୟ ପରୀକ୍ଷା
ଗୌହାଟୀ ହୋଟେଲରେ ଗୁଳିକାଣ୍ଡ, ୫ ମୃତ; ଜଣେ ଗିରଫ
‘ଗରିବଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯାଉଛି’, ନିର୍ବାଚନ ଆୟୋଗକୁ ଘେରିଲେ ରାହୁଲ ଗାନ୍ଧୀ
କଂଗ୍ରେସର ଭାଷା ଓ ଆଚରଣ ରାଜନୈତିକ ପତନର ସଙ୍କେତ: ଶିବରାଜ
ଟୋଲ୍‌ ପ୍ଲାଜା ପାଖରେ ରହୁଥିଲେ ବର୍ଷକୁ ମାତ୍ର ୧,୫୦୦ ଟଙ୍କାରେ ପାସ୍‌!

ଏନ୍‌କାଉଣ୍ଟରରେ ଟଳିଲେ ୩ ଆତଙ୍କୀ

0

ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ଜୈସ ଆତଙ୍କୀ ଥିବା ବେଳେ ଜଣେ ପାକିସ୍ତାନ ଆତଙ୍କୀ । ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି । କାଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି ଯେ, ପୁଲୱାମାର ଚାନ୍ଦଗ୍ରାମରେ ହୋଇଥିବା ଏନକାଉଣ୍ଟ ରରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି । ସେମାନଙ୍କଠୁ ଦୁଇଟି ଏମ-୪ କାର୍ବାଇନ, ଗୋଟିଏ ଏକେ-୪୭ ରାଇଫଲ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି ।

କାଶ୍ମୀର ଜୋନ ପୁଲିସ ଏହି ବିଷୟରେ ସୂଚନା ଦେଇ କହିଛନ୍ତି କି, ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ କିନ୍ତୁ ସେମାନେ ରାଜି ହୋଇନଥିଲେ । ସେମାନେ ରାଜିନହେବାରୁ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ସୁରକ୍ଷାବାହିନୀ ଆରମ୍ଭ କରିଥିବା ଏକ ଅପରେସନରେ ବଡ଼ ସଫଳତା ମିଳିଛି ଗତକାଲି ଶ୍ରୀନଗରରେ ଦୁଇଟି ପୃଥକ ପୃଥକ ଏନକାଉଣ୍ଟରରେ ସୁରକ୍ଷାକର୍ମୀମାନେ ୩ ଆତଙ୍କୀକୁ ନିହତ କରିଥିଲେ । ଜମ୍ମୁ କାଶ୍ମୀର ପୁଲିସ ଅନୁସାରେ,ଲସ୍କର-ଇ-ତୋଇବା ସହ ଜଡିତ ଜଣେ ଆତଙ୍କବାଦୀକୁ ସୁରକ୍ଷାକର୍ମୀମାନେ ଏନକାଉଣ୍ଟର କରିଛନ୍ତି । ନିହତ ଆତଙ୍କବାଦୀ ସଲିମ ପାରେ ବୋଲି ଜଣାପଡିଛି । ସେହିପରି ଅନ୍ୟ ଜଣେ ବିଦେଶୀ ଆତଙ୍କବାଦୀକୁ ମଧ୍ୟ ନିହତ କରାଯାଇଛି । ପାକିସ୍ତାନ ଆତଙ୍କବାଦୀ ହାଫିଜ ଖସିଯିବାରେ ପ୍ରଥମେ ସଫଳ ହୋଇଥିଲା । ଏହା ପରେ ତାକୁ ଧରିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ତାର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.