ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ସୁପ୍ରିମକୋର୍ଟରେ ପହଞ୍ଚିଲା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମାମଲା

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଆରମ୍ଭ ହୋଇଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ଗୋଟେପଟେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଯାଇଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଚର୍ଚ୍ଚାରେ ଆସିଛନ୍ତି ପଞ୍ଜାବର ଚନ୍ନି ସରକାର ।

ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂ ସର୍ବୋଚ୍ଚ ନ୍ୟାୟାଳୟରେ ଏହାକୁ ନେଇ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏଭଳି ତ୍ରୁଟି ଗ୍ରହଣ ଯୋଗ୍ୟ ନୁହେଁ ବୋଲି ଆବେଦନରେ କୁହାଯାଇଛି । ଏଥିପାଇଁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ପଞ୍ଜାବ ସରକାରଙ୍କୁ ବି ଉଚିତ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନ କରିଛନ୍ତି । ଆସନ୍ତାକାଲି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇପାରେ । ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ପଞ୍ଜାବ ସରକାର । ୩ ଦିନ ଭିତରେ କମିଟି ରିପୋର୍ଟ ଦେବାକୁ କୁହାଯାଇଛି । କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମେହତାବ ସିଂ ଗିଲ ଓ ପ୍ରମୁଖ ସଚିବ ଅନୁରାଗ ବର୍ମା ଅଛନ୍ତି ।

ବୁଧବାର ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବ୍ୟାପକ ତ୍ରୁଟି ଦେଖାଦେଇଥିଲା । ଫ୍ଲାଏଓଭରରେ ମୋଦୀଙ୍କ ଗାଡି ୨୦ ମିନିଟ ଧରି ଅଟକି ରହିଥିଲା । କିଛି ଆନ୍ଦୋଳନକାରୀଙ୍କ ବିରୋଧ ଯୋଗୁଁ ମୋଦୀଙ୍କ ଗାଡିକୁ ଆଗକୁ ଯାଇପାରିନଥିଲା ।ଏହା ପରେ କାର୍ଯ୍ୟକ୍ରମରେ ଯୋଗନଦେଇ ଅଧାବାଟରୁ ଫେରିଆସିଥିଲେ ପ୍ରଧାନମନ୍ତ୍ରୀ ।

ଏହି ଘଟଣା ପାଇଁ ପଞ୍ଜାବର ଚନ୍ନି ସରକାରଙ୍କୁ ବିଜେପି ନେତା ଦାୟୀ କରିଥିଲେ । ହେଲେ ଚନ୍ନି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ନଥିଲା ।ମୋଦୀ ହେଲିକପ୍ଟରରେ ସଭାସ୍ଥଳକୁ ଯିବାର ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ରୁଟ୍ ପ୍ଲାନ ବଦଳିଥିଲା ଏବଂ ସେ ସଡ଼କ ପଥରେ ଆସିଥିଲେ ।ରାଜନୈତିକ ଆକ୍ରୋଶ ରଖି ବିଜେପି ପଞ୍ଜାବ ସରକାର ଉପରେ ଅଭିଯୋଗ ଆଣୁଛି ବୋଲି ଚନ୍ନି କହିଥିଲେ ।

Leave A Reply

Your email address will not be published.