ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ଚିନ୍ତା ବଢାଇଲା ଖୋର୍ଦ୍ଧା,ସୁନ୍ଦରଗଡ଼,ସମ୍ବଲପୁର

0

ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଧୀରେ ଧୀରେ ଅଣାୟତ୍ତ ହେଉଛି ସ୍ଥିତି ଗତକାଲି ୧୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୮୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଭ୍ୟାରିଆଣ୍ଟ ଯୋଗୁ ସଂକ୍ରମଣ ଲମ୍ବା ଡିଆଁ ମାରୁଛି । ରାଜ୍ୟର ୪ ଜିଲ୍ଲାରେ କରୋନା ସ୍ଥିତି ଚିନ୍ତା ବଢାଇଛି । ମୋଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର,କଟକରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ରେ ଖୋର୍ଦ୍ଧାରେ ସର୍ବାଧିକ ୬୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ତା ପଛକୁ ରହିଛି ସୁନ୍ଦରଗଡ । ସୁନ୍ଦରଗଡରେ ୨୬୨ ସଂକ୍ରମିତ ମାମଲା ସାମନାକୁ ଆସିଛି । ସମ୍ବଲପୁରରେ ବି ୧୨୫ ଜଣ, କଟକରୁ ୧୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି।

ସେହିପରି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷ ମଧ୍ୟରେ ୨୫୮ ଜଣ ଅଛନ୍ତି । ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୯ ହଜାର ୭୭୩କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୫ ହଜାର ୭୩୯ । ରାଜ୍ୟରେ ଗତ ୬ ଦିନରେ ୫ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଲାଣି ।

କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣରେ ଲଗାତର ବୃଦ୍ଧି ପାଉଛି । ଏହାକୁ ନଜରରେ ରଖି ରାଜ୍ୟରେ କଟକଣା ମଧ୍ୟ ଲାଗୁ କରାଯାଇଛି । ସମସ୍ତ ସହରାଞ୍ଚଳରେ ରାତି ୯ରୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ସ୍କୁଲ, କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ବନ୍ଦ ରହିଛି । ବିବାହ,ବ୍ରତଘର,ଅନ୍ତେଷ୍ଟି କ୍ରିୟାରେ ମଧ୍ୟ କମ ଲୋକଙ୍କ ସାମିଲ ନେଇ ପ୍ରତିବନ୍ଧକ ଲଗାଯାଇଛି । ମାର୍କେଟରେ ଯେଭଳି ଅଧିକ ଗହଳି ନହେବ ସେ ନେଇ ଦୋକାନ ଓ ମଲ ମାଲିକଙ୍କୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.