ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ହଜାରେରୁ ଅଧିକ ଡାକ୍ତରଙ୍କୁ କରୋନା

0

ଦେଶରେ ଗତ ୨୪ ଘଣ୍ଟା ରେ ଲକ୍ଷେ ୫୯ ହଜାର ୬୩୨ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶନିବାର ତୁଳନାରେ ରବିବାର ୧୨.୪ ପ୍ରତିଶତ ଅଧିକ ମାମଲା ସାମନାକୁ ଆସିଛି । ତେବେ ଚିନ୍ତାର କଥା ହେଉଛି ଯେ, କରୋନାର ଏହି ତୃତୀୟ ଲହରରେ ବଡ଼ ସଂଖ୍ୟାରେ ଡାକ୍ତର ସଂକ୍ରମିତ ହେଉଛନ୍ତି । ଦିଲ୍ଲୀ ଓ ମୁମ୍ବାଇରେ ଅଧିକାଂଶ ଡାକ୍ତର ଓ ମେଡିକାଲ କର୍ମଚାରୀ କରୋନା ପଜିଟିଭ ଥିବା ଜଣାପଡିଛି । ମୁମ୍ବାଇରେ ୪୦୦ରୁ ଅଧିକ ଡାକ୍ତର ଓ ଦିଲ୍ଲୀରେ ହଜାରେ ପାଖାପାଖି ଡାକ୍ତର ଓ ମେଡିକାଲ ଷ୍ଟାଫ୍ ସଂକ୍ରମିତ ହୋଇଛନ୍ତି ।

ମହାରାଷ୍ଟ୍ରରେ ଏବେ ଯାଏଁ ୪୦୭ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମହାରାଷ୍ଟ୍ର ଆସୋସିଏସନ ଅଫ ରେସିଡା ଡାକ୍ତରଙ୍କ ଅନୁଯାୟୀ, କରୋନା ପଜିଟିଭ ଡାକ୍ତରଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସେଥିରୁ ଜେଜେ ହସ୍ପିଟାଲରେ ୧୦୦,ବିଡିଜିଏମସିଏଚ ଲାତୁରରେ ଜଣେ, ଏସବିଏନଜିଏମସି ହସ୍ପିଟାଲରେ ଜଣେ,ଏସବିଏଚଜିଏମସି ଧୁଲେରେ ୮,ଜିଏମସି ମିରାଜରେ ୨, ଏଚବିଟିଏମସି ଏବଂ ଆରଏନ କପୁର ହସ୍ପିଟାଲରେ ୭,ଆଇଜିଜିଏମସି ନାଗପୁରରେ ଜଣେ,ଜିଏମସି ଔରଙ୍ଗାବାଦରେ ୩, ,ଆରଜିଏମସି ଥାନେରେ ୧୦,ବିଏମଜିଏମସି ସୋଲାପୁରରେ ୫,ବିଜେଜିଏମସି ପୁଣେରେ ୧୦,ଡିଆରଏସସିଜିଏମସି ନାଁଦେଡରେ ୨ ଜଣ, ୱାଇସିଏମଏଚ ପିମ୍ପରୀରେ ୬ ଏବଂ ଏନଏଆଇଆରରେ ୫୯ ଜଣ ଡାକ୍ତର ଭର୍ତ୍ତି ହୋଇଛନ୍ତି ।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ରେ ୪୧ ହଜାର ୪୩୪ ମାମଲା ସାମନାକୁ ଆସିଛି । ୧୩୩ ନୂଆ ଓମିକ୍ରନ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମୋଟ ହଜାରେ ୯ରେ ପହଞ୍ଚିଛି। ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜୈନ କହିଛନ୍ତି ଯେ, ଦିଲ୍ଲୀରେ ପାଖାପାଖି ହଜାରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ କରୋନା ସଂକ୍ରମିତ । ଲୋକ ନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଏବେ ଯାଏ ୧୧ ଡାକ୍ତରଙ୍କ ରିପୋର୍ଟ ପଜିଟିଭି ଆସିଛି । ଓମିକ୍ରନ ଭ୍ୟାରିଆ ରେ ବି ୫ ଡାକ୍ତର ସଂକ୍ରମିତ ଥିବା ସେ କହିଛନ୍ତି । ସେ କହିଛନ୍ତି ଯେ , ଡାକ୍ତର ସଂକ୍ରମିତ ହେବା ଦ୍ୱାରା ସ୍ୱାସ୍ଥ୍ୟ ସେବା ଉପରେ ପ୍ରଭାବ ପଡିବନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଦୁଇ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି । ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଏଲଏନଜେପି ହସ୍ପିଟାଲର ଡାଇରେକ୍ଟର ସୁରେଶ କୁମାର କହିଛନ୍ତି ଯେ, ତାଙ୍କ ହସ୍ପିଟାଲରେ ୨୬ ଜଣ ଷ୍ଟାଫ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୧ ଜଣ ଡାକ୍ତର ଅଛନ୍ତି । ଏବଂ ଅନ୍ୟମାନଙ୍କ ମଧ୍ୟ ନର୍ସିଂ କର୍ମଚାରୀ ଓ ସଫେଇ କର୍ମଚାରୀ ଅଛନ୍ତି ।

Leave A Reply

Your email address will not be published.