ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

୧୧ ଥର ଟିକା ନେଇ ଗିରଫ ହେବେ

0

ଭୁଲ ତରିକାରେ ୧୧ ଥର ଟିକା ନେଇଥିଲେ । ଆଉ ଏବେ ଗିରଫ ହୋଇପାରନ୍ତି ବିହାର ମଧେପୁର ଜିଲ୍ଲାର ୮୪ ବର୍ଷୀୟ ବୃଦ୍ଧ ବ୍ରହ୍ମାଦେବ ମଣ୍ଡଳ । ବ୍ରହ୍ମାଦେବ ମଣ୍ଡଳଙ୍କ ବିରୋଧରେ ପୁରେନୀ ଥାନାରେ ମାମଲା ରୁଜୁ କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିନୟ କୃଷ୍ଣ ପ୍ରସାଦଙ୍କ ଅଭିଯୋଗ ପରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି । ଏବେ ତାଙ୍କୁ କୌଣସି ମୁହୃ ର୍ରେ ବି ଗିରଫ କରାଯାଇପାରେ । ବ୍ରହ୍ମାଦେବ ମଣ୍ଡଳଙ୍କ ବିରୋଧରେ ଧାରା ୧୮୮,୪୧୯, ୪୨୦ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି । ଯାହାକି ଜାମିନ ବୀହିନ ଧାରା ଅଟେ । କିନ୍ତୁ ବ୍ରହ୍ମାଦେବ ବୟସ୍କ ହୋଇଥିବା କାରଣରୁ ତାଙ୍କୁ ଜାମିନ ମିଳିଯାଇପାରେ ।

ବ୍ରହ୍ମାଦେବ ଗତ କିଛି ଦିନ ହେବ କରୋନାର ୧୧ ଟିକା ନେଇ ଚର୍ଚ୍ଚାରେ ଅଛନ୍ତି । କେତେବେଳେ ଆଧାର କାର୍ଡ ତ କେତେବେଳେ ଭୋଟର କାର୍ଡ ଦେଖାଇ ବ୍ରହ୍ମାଦେବ ଟିକା ନେଇଛନ୍ତି । ସବୁଠୁ ବଡ଼ କଥା ହେଉଛି, ବ୍ରହ୍ମାଦେବ କେଉଁ ଟିକାକରଣ କେନ୍ଦ୍ରରୁ କେତେ ଥର ଟିକା ନେଇଛନ୍ତି ତାର ତଥ୍ୟ ରହିଛି ।
୨୦୨୧, ଫେବୃଆରୀ ୧୩ରେ ସେ ପ୍ରଥମ ଡୋଜ ଟିକା ନେଇଥିଲେ । ଏହାପରେ ୨୦୨୧ ଡିସେମ୍ବର ୩୦ ମଧ୍ୟରେ ସେ ୧୧ ଥର ଟିକା ନେଇସାରିଛନ୍ତି । ତେବେ ୧୧ ଟିକା ନେବା ପରେ ବ୍ରହ୍ମାଦେବ ମଣ୍ଡଳ ଦାବି କରିଛନ୍ତି ଯେ, ଟିକା ନେବାରୁ ସେ ତାଙ୍କ ଶରୀରରେ ଥିବା ଗୁରୁତର ରୋଗରୁ ମୁକ୍ତି ପାଇଛନ୍ତି । ବ୍ରହ୍ମାଦେବ ହେଉଛନ୍ତି ଡାକ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ ।

Leave A Reply

Your email address will not be published.