ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଓମିକ୍ରନ ଚିହ୍ନଟ ପାଇଁ ଓଡିଶା ଆସିବ ‘ଓମିସିୟୋର’

0

ଦେଶ ସହ ରାଜ୍ୟରେ ମଧ୍ୟ ଓମିକ୍ରନ ଭ୍ୟାରିଆ ଯୋଗୁଁ ସଂକ୍ରମଣ ବଢିଚାଲିଛି । କରୋନା ସଂକ୍ରମଣ ମାମଲା ବଢିଚାଲିଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ରାଜ୍ୟରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି,ସେମାନଙ୍କ ଜେନମ ସ୍ୱିକେନ୍ସଂ ପାଇଁ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି । ହେଲେ ଏବେ ଆଉ ଓମିକ୍ରନ ଚିହ୍ନଟ ପାଇଁ ଅଧିକ ବିଳମ୍ବ ହେବ ନାହିଁ । ଓମିକ୍ରନ ଚିହ୍ନଟ ପାଇଁ ଓଡିଆ ଆସିବ ଓମିସିୟୋର କିଟ୍ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅର୍ଡର କରାଯାଇଛି ।

ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ଆସିବ ଓମିସିୟୋର କିଟ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ଲକ୍ଷ ଓମିସିୟୋର କିଟ୍ ଆଣିବା ପାଇଁ ଅର୍ଡର କରାଯାଇଛି । ଟାଟ ଏମଡି ଏହି ଅର୍ଡର ରିସିଭି କରିଛି । ଏହି କିଟ୍ ଦ୍ୱାରା ଓମିକ୍ରନ ଭୂତାଣୁକୁ ବେଶ ସହଜରେ ଚିହ୍ନଟ କରାଯାଇପାରିବ । ରାଜ୍ୟରେ ଆଜି ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଶହେ ଟପିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ୧୦୩କୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଓମିକ୍ରନ ଭ୍ୟାରିଆ ଯୋଗୁଁ କରୋନା ସଂକ୍ରମଣ ଉପରମୁହାଁ ହେଉଛି ।

Leave A Reply

Your email address will not be published.