ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ଆଜି ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା

0

ଭୁବନେଶ୍ବର: ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ। ପଞ୍ଚାୟତ ନିର୍ବାଚନ ପାଇଁ ଆଜି ହୋଇପାରେ ତାରିଖ ଘୋଷଣା। ଦିନ ସାଢେ ୧୧ଟାରେ ନିର୍ବାଚନ କମିଶନ ପ୍ରେସମିଟ ଡାକିଛନ୍ତି। ଗୀତଗୋବିନ୍ଦ ସଦନରେ ପ୍ରେସମିଟ କରିବେ। ପ୍ରେସମିଟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ। ଗତକାଲି ନିର୍ବାଚନ କମିଶନ ଆଦିତ୍ୟ ପାଢୀ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ଏହା ସହ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପୁଲିସ ଡିଜି ଓ ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ। ତେଣୁ ଆଜି ତାରିଖ ଘୋଷଣା ସମ୍ଭାବନା ଅଧିକ ରହିଛି।

ସୂଚନା ଅନୁସାରେ କୋଭିଡ ନିୟମକୁ କଡାକଡି ପାଳନ କରି ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଛି। ୫ ରାଜ୍ୟରେ ବିଧାନସଭା ନିର୍ବରଚନ ପାଇଁ ଜାତୀୟ ନିର୍ବାଚନ କମିସନ ଯେଭଳି ଗାଇଡଲାଇନ ଜାରି କରିଛନ୍ତି, ସେହି ଆଧାରରେ ପଞ୍ଚାୟତ ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଆଜି ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବ ବୋଲି କୁହାଯାଉଛି।

ଗତକାଲି ନିର୍ବାଚନ କମିଶନର ସର୍ବଦଳୀୟ ବୈଠକ ଡାକି ମଧ୍ୟ ସମସ୍ତ ରାଜନୈତିକ ଦଳଙ୍କ ସହ ଆଲୋଚନା କରିଥିଲେ। ବିରୋଧୀ ମାନେ ନିର୍ବାଚନ ଘୁଞ୍ଚାଇବାକୁ ଦାବି କରୁଥିବା ବେଳେ ବିଜେଡି କିନ୍ତୁ ନିର୍ବାଚନ କରିବାକୁ କହିଥିଲା। ଓବିସି ସଂରକ୍ଷଣ ପ୍ରସଙ୍ଗ ଓ ଭୋଟର ତାଲିକାରେ ତ୍ରୁଟ ଥିବା ଦର୍ଶାଇ ବିଜେପି ନିର୍ବାଚନ ଘୁଞ୍ଚାଇବାକୁ ଦାବି କରିଥିବା ବେଳେ କରୋନା ସଂକ୍ରମଣ ବେଳେ ନିର୍ବାଚନ ନକରି ୩ ମାସ ଘୁଞ୍ଚାଇବାକୁ କହିଥିଲା କଂଗ୍ରେସ। ସେପଟେ ପଞ୍ଚାୟତ ନିର୍ବାଚନ ବାତିଲ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

ସର୍ବଦଳୀୟ ବୈଠକରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢୀ କହିଥିଲେ, କୋଭିଡ ସମୟରେ ପଞ୍ଚାୟତ ନିର୍ବାଚନ କରାଯିବ କି ନାହିଁ ଓ କେମିତି କରାଯିବ,ସେ ନେଇ ସବୁ ଦଳ ସେମାନଙ୍କ ମତାମତ ଦେଇଛନ୍ତି । ନିର୍ବାଚନ ନେଇ କେନ୍ଦ୍ର ନିବାଚନ କମିଶନ ଗାଇଡଲାଇନ ଜାରି କରିଛନ୍ତି। ସିଇସିଙ୍କ ଗାଇଡଲାଇନ ଅନୁସାରେ ଆମ ଖୁବ ଶୀଘ୍ର ଗାଇଡଲାଇନ ଜାରି କରିବୁ। ନିର୍ବାଚନ ତାରିଖ ଘୋଷଣା ହେବା ଦିନଠୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଭିନ୍ନ ଭିନ୍ନ ପଦବି ନିମନ୍ତେ ପ୍ରାର୍ଥୀମାନଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ବାଲାଟ ପେପର ବ୍ୟବହାର କରାଯିବ। ୱାର୍ଡମେମ୍ବର ପ୍ରାର୍ଥୀଙ୍କ ପାଇଁ ହଳଦିଆ, ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଗୋଲାପୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଧଳା ରଙ୍ଗର ବାଲାଟ ପେପର ବ୍ୟବହାର କରାଯିବ ବୋଲି କମିଶନର କହିଛନ୍ତି।

Leave A Reply

Your email address will not be published.