ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ଆଜି ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା

0

ଭୁବନେଶ୍ବର: ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ। ପଞ୍ଚାୟତ ନିର୍ବାଚନ ପାଇଁ ଆଜି ହୋଇପାରେ ତାରିଖ ଘୋଷଣା। ଦିନ ସାଢେ ୧୧ଟାରେ ନିର୍ବାଚନ କମିଶନ ପ୍ରେସମିଟ ଡାକିଛନ୍ତି। ଗୀତଗୋବିନ୍ଦ ସଦନରେ ପ୍ରେସମିଟ କରିବେ। ପ୍ରେସମିଟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ। ଗତକାଲି ନିର୍ବାଚନ କମିଶନ ଆଦିତ୍ୟ ପାଢୀ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ଏହା ସହ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପୁଲିସ ଡିଜି ଓ ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ। ତେଣୁ ଆଜି ତାରିଖ ଘୋଷଣା ସମ୍ଭାବନା ଅଧିକ ରହିଛି।

ସୂଚନା ଅନୁସାରେ କୋଭିଡ ନିୟମକୁ କଡାକଡି ପାଳନ କରି ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଛି। ୫ ରାଜ୍ୟରେ ବିଧାନସଭା ନିର୍ବରଚନ ପାଇଁ ଜାତୀୟ ନିର୍ବାଚନ କମିସନ ଯେଭଳି ଗାଇଡଲାଇନ ଜାରି କରିଛନ୍ତି, ସେହି ଆଧାରରେ ପଞ୍ଚାୟତ ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଆଜି ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବ ବୋଲି କୁହାଯାଉଛି।

ଗତକାଲି ନିର୍ବାଚନ କମିଶନର ସର୍ବଦଳୀୟ ବୈଠକ ଡାକି ମଧ୍ୟ ସମସ୍ତ ରାଜନୈତିକ ଦଳଙ୍କ ସହ ଆଲୋଚନା କରିଥିଲେ। ବିରୋଧୀ ମାନେ ନିର୍ବାଚନ ଘୁଞ୍ଚାଇବାକୁ ଦାବି କରୁଥିବା ବେଳେ ବିଜେଡି କିନ୍ତୁ ନିର୍ବାଚନ କରିବାକୁ କହିଥିଲା। ଓବିସି ସଂରକ୍ଷଣ ପ୍ରସଙ୍ଗ ଓ ଭୋଟର ତାଲିକାରେ ତ୍ରୁଟ ଥିବା ଦର୍ଶାଇ ବିଜେପି ନିର୍ବାଚନ ଘୁଞ୍ଚାଇବାକୁ ଦାବି କରିଥିବା ବେଳେ କରୋନା ସଂକ୍ରମଣ ବେଳେ ନିର୍ବାଚନ ନକରି ୩ ମାସ ଘୁଞ୍ଚାଇବାକୁ କହିଥିଲା କଂଗ୍ରେସ। ସେପଟେ ପଞ୍ଚାୟତ ନିର୍ବାଚନ ବାତିଲ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

ସର୍ବଦଳୀୟ ବୈଠକରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢୀ କହିଥିଲେ, କୋଭିଡ ସମୟରେ ପଞ୍ଚାୟତ ନିର୍ବାଚନ କରାଯିବ କି ନାହିଁ ଓ କେମିତି କରାଯିବ,ସେ ନେଇ ସବୁ ଦଳ ସେମାନଙ୍କ ମତାମତ ଦେଇଛନ୍ତି । ନିର୍ବାଚନ ନେଇ କେନ୍ଦ୍ର ନିବାଚନ କମିଶନ ଗାଇଡଲାଇନ ଜାରି କରିଛନ୍ତି। ସିଇସିଙ୍କ ଗାଇଡଲାଇନ ଅନୁସାରେ ଆମ ଖୁବ ଶୀଘ୍ର ଗାଇଡଲାଇନ ଜାରି କରିବୁ। ନିର୍ବାଚନ ତାରିଖ ଘୋଷଣା ହେବା ଦିନଠୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଭିନ୍ନ ଭିନ୍ନ ପଦବି ନିମନ୍ତେ ପ୍ରାର୍ଥୀମାନଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ବାଲାଟ ପେପର ବ୍ୟବହାର କରାଯିବ। ୱାର୍ଡମେମ୍ବର ପ୍ରାର୍ଥୀଙ୍କ ପାଇଁ ହଳଦିଆ, ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଗୋଲାପୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଧଳା ରଙ୍ଗର ବାଲାଟ ପେପର ବ୍ୟବହାର କରାଯିବ ବୋଲି କମିଶନର କହିଛନ୍ତି।

Leave A Reply

Your email address will not be published.