ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଆଉ ନାହାନ୍ତି ମିହିର ଦାସ..

0

ଆଉ ନାହାନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ମିହିର ଦାସ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ହେଲା ଆଇସିୟୁରେ ଚିକିତ୍ସାଧୀନ ଥିଲେ ମିହିର ଦାସ । ମିହିରଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇଯାଇଥିଲା । ତାଙ୍କୁ ଭେଣ୍ଟିଲେଟର ସର୍ପୋଟରେ ରଖଯାଇଥିଲା । ତାଙ୍କ ପରଲୋକରେ ଓଡିଆ ଜଗତରେ ଏକ ଅପୂରଣନୀୟ କ୍ଷତି ହୋଇଛି ।

ଯେକୌଣସି ଚରିତ୍ର ହେଉ ନା କାହିଁକି ସେ ବାପା ଭୂମିକାରେ ହେଉ କି ପୁଅ ଭୂମିକାରେ, ଭାଇ ଭୂମିକାରେ ହେଉ କି ଭିଲିଆନ ଭୂମିକାରେ ସବୁଥିରେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ବେଶ ପ୍ରଶଂସା ସାଉଁଟିଛିନ୍ତି । ଓଲିଉଡର କାକା ଭାବେ ପରିଚିତ ବର୍ଷିୟାନ ଅଭିନେତା ମିହିର ଦାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ସେ ପ୍ରଥମେ ଆର୍ଟ ଫିଲ୍ମ ‘ସ୍କୁଲ ମାଷ୍ଟର’ରେ ଅଭିନୟ କରିଥିଲେ । ଯାହା ପରେ ସେ ଆଉ ପଛକୁ ଚାହିଁ ନାହାଁନ୍ତି । ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମରେ ଅଭିନୟ କରି ଓଲିଉଡ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କେବେ ଟିଭି ପରଦାରେ ସେ ଦର୍ଶକଙ୍କୁ କନ୍ଦାଇଛନ୍ତି ତା କେବେ ହସାଇଛନ୍ତି । କେବେଳ ଗୋଟିଏ ଚରିତ୍ରରେ ନୁହେଁ ଏକାଧିକ ଚରିତ୍ରରେ ଅନେକ ଫିଲ୍ମରେ ଅଭିନୟ କରି ଲୋକଙ୍କ ମନରେ ନିଜର ସ୍ଥାନ ତିଆରି କରିଥିଲେ ମିହିର ଦାସ ।

ଅନେକ ପୁରସ୍କାରରେ ପୁରସ୍କୃତ ମିହିର।
୧୯୯୮-‘ଲକ୍ଷ୍ମୀ ପ୍ରତିମା’ ଫିଲ୍ମରେ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା
୧୯୯୯-‘ବିଧାତା’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର
୨୦୦୨- ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ପାଇଁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା
୨୦୦୫- ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ଶ୍ରେଷ୍ଠ ଅଭିନେତା
୨୦୦୭- ‘ମୁଁ ତତେ ଲଭ କରୁଛି’ ପାଇଁ ଶ୍ରେଷ୍ଠ କମେଡିଆନ
୨୦୧୦-‘ପ୍ରେମ ଅଢେଇ ଅକ୍ଷର’ ପାଇଁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା ପୁରସ୍କାର

ସେହିପରି ଏହା ବ୍ୟତୀତ ଅନେକ ଲୋକପ୍ରିୟ ଫିଲ୍ମରେ ସେ ଅଭିନୟ କରିଥିଲେ । ୧୯୭୯ରେ ମଥୁରା ବିଜୟ, ୧୯୮୦ରେ ରାମାୟଣ, ୧୯୯୪ରେ ଭାଇ ହେଲା ଭଗାରୀ, ୧୯୯୩ରେ ଭାଗ୍ୟ ହାତେ ଡୋରୀ, ୧୯୯୨ରେ ଘର ମୋର ସ୍ୱର୍ଗ, ୧୯୯୧ରେ କି ହେବ ଶୁଆ ପୋଶିଲେ, ୧୯୯୦ରେ ହିସାବ କରିବ କାଳିଆ ଓ ପରଦେଶୀ ଚଢେଇରେ ଅଭିନୟ କରିଥିଲେ ଦର୍ଶକଙ୍କ ବେଶ ଭଲପାଇବା ସାଉଁଟିଥିଲେ ।

Leave A Reply

Your email address will not be published.