ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଆଉ ନାହାନ୍ତି ମିହିର ଦାସ..

0

ଆଉ ନାହାନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ମିହିର ଦାସ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ହେଲା ଆଇସିୟୁରେ ଚିକିତ୍ସାଧୀନ ଥିଲେ ମିହିର ଦାସ । ମିହିରଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇଯାଇଥିଲା । ତାଙ୍କୁ ଭେଣ୍ଟିଲେଟର ସର୍ପୋଟରେ ରଖଯାଇଥିଲା । ତାଙ୍କ ପରଲୋକରେ ଓଡିଆ ଜଗତରେ ଏକ ଅପୂରଣନୀୟ କ୍ଷତି ହୋଇଛି ।

ଯେକୌଣସି ଚରିତ୍ର ହେଉ ନା କାହିଁକି ସେ ବାପା ଭୂମିକାରେ ହେଉ କି ପୁଅ ଭୂମିକାରେ, ଭାଇ ଭୂମିକାରେ ହେଉ କି ଭିଲିଆନ ଭୂମିକାରେ ସବୁଥିରେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ବେଶ ପ୍ରଶଂସା ସାଉଁଟିଛିନ୍ତି । ଓଲିଉଡର କାକା ଭାବେ ପରିଚିତ ବର୍ଷିୟାନ ଅଭିନେତା ମିହିର ଦାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ସେ ପ୍ରଥମେ ଆର୍ଟ ଫିଲ୍ମ ‘ସ୍କୁଲ ମାଷ୍ଟର’ରେ ଅଭିନୟ କରିଥିଲେ । ଯାହା ପରେ ସେ ଆଉ ପଛକୁ ଚାହିଁ ନାହାଁନ୍ତି । ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମରେ ଅଭିନୟ କରି ଓଲିଉଡ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କେବେ ଟିଭି ପରଦାରେ ସେ ଦର୍ଶକଙ୍କୁ କନ୍ଦାଇଛନ୍ତି ତା କେବେ ହସାଇଛନ୍ତି । କେବେଳ ଗୋଟିଏ ଚରିତ୍ରରେ ନୁହେଁ ଏକାଧିକ ଚରିତ୍ରରେ ଅନେକ ଫିଲ୍ମରେ ଅଭିନୟ କରି ଲୋକଙ୍କ ମନରେ ନିଜର ସ୍ଥାନ ତିଆରି କରିଥିଲେ ମିହିର ଦାସ ।

ଅନେକ ପୁରସ୍କାରରେ ପୁରସ୍କୃତ ମିହିର।
୧୯୯୮-‘ଲକ୍ଷ୍ମୀ ପ୍ରତିମା’ ଫିଲ୍ମରେ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା
୧୯୯୯-‘ବିଧାତା’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର
୨୦୦୨- ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ପାଇଁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା
୨୦୦୫- ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ଶ୍ରେଷ୍ଠ ଅଭିନେତା
୨୦୦୭- ‘ମୁଁ ତତେ ଲଭ କରୁଛି’ ପାଇଁ ଶ୍ରେଷ୍ଠ କମେଡିଆନ
୨୦୧୦-‘ପ୍ରେମ ଅଢେଇ ଅକ୍ଷର’ ପାଇଁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା ପୁରସ୍କାର

ସେହିପରି ଏହା ବ୍ୟତୀତ ଅନେକ ଲୋକପ୍ରିୟ ଫିଲ୍ମରେ ସେ ଅଭିନୟ କରିଥିଲେ । ୧୯୭୯ରେ ମଥୁରା ବିଜୟ, ୧୯୮୦ରେ ରାମାୟଣ, ୧୯୯୪ରେ ଭାଇ ହେଲା ଭଗାରୀ, ୧୯୯୩ରେ ଭାଗ୍ୟ ହାତେ ଡୋରୀ, ୧୯୯୨ରେ ଘର ମୋର ସ୍ୱର୍ଗ, ୧୯୯୧ରେ କି ହେବ ଶୁଆ ପୋଶିଲେ, ୧୯୯୦ରେ ହିସାବ କରିବ କାଳିଆ ଓ ପରଦେଶୀ ଚଢେଇରେ ଅଭିନୟ କରିଥିଲେ ଦର୍ଶକଙ୍କ ବେଶ ଭଲପାଇବା ସାଉଁଟିଥିଲେ ।

Leave A Reply

Your email address will not be published.