ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଏସ.ସୋମନାଥ ହେଲେ ଇସ୍ରୋ ମୁଖ୍ୟ

0

ବରିଷ୍ଠ ବୈଜ୍ଞାନିକ ଏସ.ସୋମନାଥ ହେବେ ଇସ୍ରୋର ପରବର୍ତ୍ତୀ ନୂଆ ମୁଖ୍ୟ । ଆଜି କେନ୍ଦ୍ର ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଜାନୁଆରୀ ୧୪ରେ ଇସ୍ରୋ ମୁଖ୍ୟ ଭାବେ କାମ କରୁଥିବା କେ.ଶିବନଙ୍କ କାର୍ଯ୍ୟକାଳ ଶେଷ ହେବ । ଏହା ପରେ ଏସ.ସୋମନାଥ ଇସ୍ରୋ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଥିରୁବନନ୍ତପୁର ସ୍ଥିତ ଭିଏସଏସସି (ବିକ୍ରମ ସରଭାଇ ସ୍ପେଶ ସେ ର)ର ନିର୍ଦ୍ଦେଶକ ଏସ.ସୋମନାଥ ହେଉଛନ୍ତି ରକେଟ ଟେକ୍ନୋଲୋଜିଷ୍ଟ ଓ ଏରୋସ୍ପସ ଇଞ୍ଜିନିୟର ଭିଏସଏସସି ପୂର୍ବରୁ ଏସ.ସୋମନାଥ ଥିରୁବନନ୍ତପୁର ସ୍ଥିତ ଏଲପିଏସସିର ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି । ତାଙ୍କର ଇସ୍ରୋ ରକେଟ ବିକାଶରେ ବହୁ ଯୋଗଦାନ ରହିଛି ।

ସୋମନାଥ ଲଞ୍ଚ ଭେଇକିଲ ଷ୍ଟ୍ରକଚରାଲ ଡାଇନାମିକ, ମେକାନିଜିମ,ପାୟରୋ ସିଷ୍ଟମ ଓ ଲଂଚ ଭେଇକିଲ ଇଣ୍ଟିଗ୍ରେସନ ଭଳି କାର୍ଯ୍ୟର ବିଶେଷଜ୍ଞ । ଇସ୍ରୋ ମୁଖ୍ୟ ହେବା ପୂର୍ବରୁ ସେ ଜିସାଟ-ଏମକେ୧୧(ଏଫ୦୯) ନବୀକରଣରେ ନିୟୋଜିତ ଥିଲେ । ଯାହାଦ୍ୱାରା ଭାରୀ ଯୋଗାଯୋଗ ଉପଗ୍ରହ ମହାକାଶକୁ ଉତକ୍ଷେପଣ କରାଯାଇପାରିବ । ଏହାବ୍ୟତୀତ ସେ ଜିସାଟ-୬ଏ ଏବଂ ପିଏସଏଲଭି-ସି୪୧ର ଉନ୍ନତିରେ ମଧ୍ୟ ନିୟୋଜିତ ହୋଇଥିଲେ ଯାହା ଦ୍ୱାର ରିମୋଟ ସେନ୍ସିଂ ଉପଗ୍ରହଗୁଡିକ ସଠିକ ଭାବରେ ଉତକ୍ଷେପଣ ହୋଇପାରିବ । ଏସ.ସୋମନାଥ କୋଲ୍ଲାମରେ ଥିବା ଟିକେଏମ କଲେଜ ଅଫ ଇଞ୍ଜିନିୟରିଂରୁ ମେକାନିକାଲ ଇଞ୍ଜିନିୟରିଂରେ ଗ୍ରାଜୁଏଟ ହୋଇଥିଲେ । ଏହା ପରେ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରୁ ସେ ଏରୋ ସ୍ପେଶ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।୧୯୮୫ରେ ସେ ଭିଏସଏସସିରେ ଯୋଗ ଦେଇଥିଲେ । ୨୦୧୦ରୁ ୨୦୧୪ ଯାଏସେ ଜିଏସଏଲଭି ଏମକେ ଆଇଆଇର ପ୍ରାଜେକ୍ଟ ନିର୍ଦ୍ଦେଶକ ଭାବେ କାମ କରିଛନ୍ତିା

Leave A Reply

Your email address will not be published.