ପ୍ରମୁଖ ଖବର

ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର

ପଦ ଛାଡିଲେ ବିରାଟ, ଗାଙ୍ଗୁଲି ରଖିଲେ ମତ

0

ଭାରତୀୟ ଦଳର ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗଲି ଟୁଇଟ କରି କହିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ବିରାଟଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ସବୁ ଫର୍ମାଟରେ ଭଲ ପ୍ରଦର୍ଶନ କରିଛି । ବିସିସିଆଇ ତାଙ୍କର ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଉଛି ।

ଗାଙ୍ଗୁଲି ଏହା ବି କହିଛନ୍ତି ଯେ, ଭାରତୀୟ ଟିମ ବିରାଟଙ୍କ ନେତୃତ୍ୱରେ ତିନୋଟି ଫର୍ମାଟରେ ଭଲ ପ୍ରଦର୍ଶନ କରିଛି । ସେ ଜଣେ ମହାନ ଖେଳାଳି । ଭବିଷ୍ୟତରେ ଦଳକୁ ଶିଖରରେ ପହ ।ଇବାରେ ସେ ଗୁରୁତ୍ୱପୂ୍‌ର୍ଣ ଯୋଗଦାନ ଦେବେ ବୋଲି ଗାଙ୍ଗୁଲି କହିଛନ୍ତି । କୋହଲି କ୍ୟାନଟେନସିପ ଛାଡିବା ପରେ କେବଳ ଗାଙ୍ଗୁଲି ନୁହଁନ୍ତି ଅନେକ ପୂର୍ବତନ କ୍ରିକେଟର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ସଚିନ ତେନ୍ଦୁଲକର: ତେନ୍ଦୁଲକର କୋହିଲିଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି । କହିଛନ୍ତି, ଜଣେ ଅଧିନାୟକ ଭାବେ ସଫଳ କାର୍ଯ୍ୟ ପାଇଁ ଅଭିନନ୍ଦନ । ଦଳ ପାଇଁ ତୁମେ ଶତ ପ୍ରତିଶତ ଦେଇଛ, ଆଗକୁ ମଧ୍ୟ ଦେବ ।

ସୁରେଶ ରାଇନା: କୋହଲି କ୍ୟାପଟେନସିପ ଛାଡିବା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି ।ଭାରତର ସବୁଠାରୁ ଆକ୍ରମଣାତ୍ମକ ଓ ଫିଟ ଖେଳାଳୀଙ୍କ ମଧ୍ୟରୁ କୋହଲି ଜଣେ ବୋଲି ସେ କହିଛନ୍ତି ।

ପ୍ରଜ୍ଞାନ ଓଝା: କୋହଲି ଜଣେ ଆକ୍ରମଣାତ୍ମକ ଅଧିନାୟକ ଭାବେ ସବୁବେଳେ ମନେ ରହିବେ । ଫଟନେଓ ନେଇ ସମସ୍ତ ଦୃଷ୍ଟି ଆକର୍ଷଣ ସେ ବଦଳାଇଥିଲେ ବୋଲି ପ୍ରଜ୍ଞାନ କହିଛନ୍ତି ।

୨୦୧୪ରେ ବିରାଟ କୋହଲି ଭାରତୀୟ ଟିମର ଟେଷ୍ଟ ଅଧିନାୟକ ଭାବେ ଦାୟିତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୬୮ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୪୦ଟିରେ ବିଜୟ ହାସଲ କରିଛି । ଗତ ଡିସେମ୍ବରରେ ବିରାଟ ଟିମ ଇଣ୍ଡିଆ ଦିନିକିଆ ଅଧିନାୟକ ପଦ ଛାଡିଥିଲେ ।

Leave A Reply

Your email address will not be published.