ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ପଦ ଛାଡିଲେ ବିରାଟ, ଗାଙ୍ଗୁଲି ରଖିଲେ ମତ

0

ଭାରତୀୟ ଦଳର ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗଲି ଟୁଇଟ କରି କହିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ବିରାଟଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ସବୁ ଫର୍ମାଟରେ ଭଲ ପ୍ରଦର୍ଶନ କରିଛି । ବିସିସିଆଇ ତାଙ୍କର ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଉଛି ।

ଗାଙ୍ଗୁଲି ଏହା ବି କହିଛନ୍ତି ଯେ, ଭାରତୀୟ ଟିମ ବିରାଟଙ୍କ ନେତୃତ୍ୱରେ ତିନୋଟି ଫର୍ମାଟରେ ଭଲ ପ୍ରଦର୍ଶନ କରିଛି । ସେ ଜଣେ ମହାନ ଖେଳାଳି । ଭବିଷ୍ୟତରେ ଦଳକୁ ଶିଖରରେ ପହ ।ଇବାରେ ସେ ଗୁରୁତ୍ୱପୂ୍‌ର୍ଣ ଯୋଗଦାନ ଦେବେ ବୋଲି ଗାଙ୍ଗୁଲି କହିଛନ୍ତି । କୋହଲି କ୍ୟାନଟେନସିପ ଛାଡିବା ପରେ କେବଳ ଗାଙ୍ଗୁଲି ନୁହଁନ୍ତି ଅନେକ ପୂର୍ବତନ କ୍ରିକେଟର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ସଚିନ ତେନ୍ଦୁଲକର: ତେନ୍ଦୁଲକର କୋହିଲିଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି । କହିଛନ୍ତି, ଜଣେ ଅଧିନାୟକ ଭାବେ ସଫଳ କାର୍ଯ୍ୟ ପାଇଁ ଅଭିନନ୍ଦନ । ଦଳ ପାଇଁ ତୁମେ ଶତ ପ୍ରତିଶତ ଦେଇଛ, ଆଗକୁ ମଧ୍ୟ ଦେବ ।

ସୁରେଶ ରାଇନା: କୋହଲି କ୍ୟାପଟେନସିପ ଛାଡିବା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି ।ଭାରତର ସବୁଠାରୁ ଆକ୍ରମଣାତ୍ମକ ଓ ଫିଟ ଖେଳାଳୀଙ୍କ ମଧ୍ୟରୁ କୋହଲି ଜଣେ ବୋଲି ସେ କହିଛନ୍ତି ।

ପ୍ରଜ୍ଞାନ ଓଝା: କୋହଲି ଜଣେ ଆକ୍ରମଣାତ୍ମକ ଅଧିନାୟକ ଭାବେ ସବୁବେଳେ ମନେ ରହିବେ । ଫଟନେଓ ନେଇ ସମସ୍ତ ଦୃଷ୍ଟି ଆକର୍ଷଣ ସେ ବଦଳାଇଥିଲେ ବୋଲି ପ୍ରଜ୍ଞାନ କହିଛନ୍ତି ।

୨୦୧୪ରେ ବିରାଟ କୋହଲି ଭାରତୀୟ ଟିମର ଟେଷ୍ଟ ଅଧିନାୟକ ଭାବେ ଦାୟିତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୬୮ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୪୦ଟିରେ ବିଜୟ ହାସଲ କରିଛି । ଗତ ଡିସେମ୍ବରରେ ବିରାଟ ଟିମ ଇଣ୍ଡିଆ ଦିନିକିଆ ଅଧିନାୟକ ପଦ ଛାଡିଥିଲେ ।

Leave A Reply

Your email address will not be published.