ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଦେଶର ୨୪ ଘଣ୍ଟାର କରୋନା ଗ୍ରାଫ

0

ଦେଶରେ କରୋନା ସ୍ଥିତି ଧିରେ ଧିରେ ଅଣାୟତ୍ତ ହେବାରେ ଲାଗିଛି । ଏହା ସହ ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୧ ହଜାର ୨୦୨ ନୂଆ ମାମଲା ସାମନାକୁ ଆସିଛି । ଗତକାଲି ଅପେକ୍ଷା ଆଜି ୨ହଜାର ୩୬୯ ଅଧିକ ମାମଲା ଆସିଛି । ଶନିବାର ୨,୬୮,୮୩୩ ପଜିଟିଭ ଚିହ୍ନ୍‌ଟ ହୋଇଥିଲେ ।

ସେହିପରି ଦେଶରେ ୨୪ ଘଣ୍ଟାରେ ୩୧୪ ଜଣ ଆକ୍ରାନ୍ତ ଆଖିବୁଜିଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୬ ହଜାର ୬୬ରେ ପହଞ୍ଚିଛି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ଟପିଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ୫୦ ହଜାର ୩୭୬କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ସୁସ୍ଥ ହେଲେଣି ୫୦ ଲକ୍ଷ ୮୫ ହଜାର ୭୨୧ ।

କରୋନାକୁ ମାତ୍ ଦେବା ପାଇଁ ଟିକାକରଣ ଜୋରଦାର କରାଯାଇଥିବା ବେଳେ ଏଯାଏଁ ୧୫୬ କୋଟି ୭୬ ଲକ୍ଷରୁ ଅଧିକ ଟିକା ନେଇସାରିଲେଣି ।ଗତକାଲି ୬୬ ଲକ୍ଷ ୨୧ ହଜାର ୩୯୫ ଡୋଜ ଦିଆଯାଇଛି । ସେପଟେ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବି ୭ ହଜାର ଟପିଛି । ୭ ହଜାର ୭୪୩ରେ ପହଞ୍ଚିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ମହାରାଷ୍ଟ୍ର ଓ ଦିଲ୍ଲୀରୁ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.