ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ସୁନା ଚୋରିର ସତ

0

କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ କେମିତି ହୋଇଥିଲା ସୁନା ଚୋରି । ଏବଂ କିଏ କରିଥିଲା ଚୋରି । ସାମନାକୁ ଆସିଛି ସତ । ଚୋର ଆଉ କେହି ନୁହେଁନ୍ତି, ହେଉଛନ୍ତି ସେହି ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀ । ତେବେ କର୍ମଚାରୀଙ୍କ ଜଣ କିପରି ସୁନା ଚୋରି କରିଥିଲେ, ଏବଂ ପୁଲିସ କିଭଳି ସୁନା ଜବତ କରିଛି ସେ ନେଇ ସବିଶେଷ ସୂଚନା ଦେଇଛି । ସୁନା ଚୋରିର ପର୍ଦ୍ଦାଫାଶ ନେଇ ସାମ୍ବାଦିକ ସମ୍ମିଳନୀ କରି କୋରାପୁଟ ଏସପି ସବିଶେଷ ସୂଚନା ଦେଇଛନ୍ତି । ନାରୟାଣପାଟଣା ବିକ୍ରମପୁର ଅ ଳର ପୂର୍ବତନ କର୍ମଚାରୀ ଶେଖର କୂଳଦୀପିଆଙ୍କ ଘରୁ ଜବତ ହୋଇଛି ଚୋରି ସୁନା । ୧ କେଜି ୧୮୯ ଗ୍ରାମର ସୁନା ଜବତ କରିଛି ପୁଲିସ । ଏହା ସହ ୨ ଲକ୍ଷ ୯୫ ହଜାର ନଗଦ ଟଙ୍କା ଓ ଜମିର କାଗଜପତ୍ର ପୁଲିସ ଜବତ କରିଛି ।

ଗ୍ରାହକ ହିସାବରେ ଯାଇ ସର୍ଭର ରୁମରେ ଲୁଚି ରହି ସମ୍ପୃକ୍ତ କର୍ମଚାରୀ ଜଣକ ରାତି ସାରା ବ୍ୟାଙ୍କରୁ ଚୋରି କରିଥିଲା । ପୁଲିସ ସିସିଟିଭି ଫୁଟେଜ ଆଧାରରେ ଏହି କର୍ମଚାରୀଙ୍କ ଘରେ ଚଢାଉ କରିଥିଲା । ତେବେ କର୍ମଚାରୀ ଜଣକ ଚାଉଳବସ୍ତା,ଭାତ,ଡାଲି ହାଣ୍ଡି ଓ ଚୁଲିରେ ଏହି ସୁନା ଲୁଚାଇ ରଖିଥିଲା । ପୁଲିସ ଚଢାଉ କରି ୮୦ ଭାଗ ସୁନା ଜବତ କରିବା ସହ ଘଟଣାର ପର୍ଦ୍ଦାଫାଶ କରିଛି । ନଭେମ୍ବର ୩୦ ତାରିଖରେ କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କ ଲକରରୁ ୧ କେଜି ୬୧୦ ଗ୍ରାମ ସୁନା ଗାଏବ ହୋଇଯାଇଥିଲା । ପାଖାପାଖି ଦେଢ କୋଟି ମୂଲ୍ୟର ସୁନା ଚୋରି ପରେ ପୁଲିସ ଛାନଭିନ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ ଆଧାରରେ ଧରପଗଡ଼ ପରେ ଏବେ ପ୍ରକୃତ ସତ ସାମନାକୁ ଆସିଛି ।

Leave A Reply

Your email address will not be published.