ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମୁଦ୍ର ମଝିରେ ଆଗ୍ନେୟଗିରି ଉଦଗୀରଣ

0

ପ୍ରଶାନ୍ତ ମହାସାଗରରେ ଟୋଙ୍ଗା ନିକଟରେ ସମୂଦ୍ର ମଧ୍ୟରେ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି । ଲାଭା ଉଦଗୀରଣ ଯୋଗୁଁ ଟୋଙ୍ଗା ଦେଶରେ ଭୟଙ୍କର ସୁନାମୀ ଆସିଛି । ଜଳ ମାଡିଆସିବାରୁ ସମୁଦ୍ରକୂଳିଆ ଲୋକ ନିରାପଦ ସ୍ଥାନକ ଉଚ୍ଚ ସ୍ଥାନକୁ ଦୌଡି ପଳାଇଥିଲେ ।

ହାୱାଇ ଦ୍ୱୀପ ସ୍ଥିତ ‘ପେସିଫିକ୍ ସୁନାମୀ ୱାର୍ଣ୍ଣିଂ ସେ ର’ରିପୋର୍ଟ ଅନୁସାରେ ନୱିଲିୱିଲି,କାଉଆଇରେ ୧ଫୁଟରୁ ଆରମ୍ଭ କରି ହାନାଲେଇ ଉପକୂଳରେ ୨.୭ ଫୁଟ ପର୍ଯ୍ୟନ୍ତ ସମୁଦ୍ର ଢେଇ ପିଟି ହୋଇଥିଲା । ଉଦଗୀରଣ ପରେ କ୍ଷୁଦ୍ର ଦ୍ୱୀପଦେଶ ଟୋଙ୍ଗା ସହ ଦୀର୍ଘ ସମୟ ଧରି ଯୋଗାଯୋଗ ବିଚ୍ଚିନ୍ନ ହୋଇଯାଇଥିଲା । ତେଣୁ ମୃତାହତ ଓ କ୍ଷୟକ୍ଷତି ସଂପର୍କରେ ସୂଚନା ମିଳିପାରିନାହିଁ ।

ଶନିବାର ଭାରତୀୟ ସମୟ ସକାଳ ୧୦ଟାରେ ଏହି ଉଦଗୀରଣ ହୋଇଥିଲା । ଲାଭା ଉଦଗୀରଣ ଯୋଗୁଁ ୬୫ କିଲୋମିଟର ଦୂରରେ ଥିବା ଟୋଙ୍ଗା ଦେଶରେ ଏହାର ଝଟକା ଅନୁଭୂତ ହୋଇଥିଲା । ଉଦଗୀରଣ ସମୟରେ ଏଥିରୁ ବାହାରୁଥିବା ଧୁଆଁ ଓ ପାଉଁଶ ୨୦ କିଲୋମିଟର ଉପରକୁ ଉଠିଥିଲା ।

ଟୋଙ୍ଗାର ଚାରିଆଟେ ପାଉଁଶମୟ ହୋଇଯାଇଥିଲା । ‘ଷ୍ଟଫ ନ୍ୟୁଜ ୱେବସାଇଟ’କୁ ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, ଉଦଗୀରଣ ଏତେ ପ୍ରଚଣ୍ଡ ଥିଲା ଯେ, ଭୂଇଁ ଦୋହଲିଯାଇଥିଲା । ଘର ଥରି ଉଠିଥିଲା ।ମୂହୁର୍ତକ ମଧ୍ୟରେ ସମୂଦ୍ର କୂଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଥିଲା । ଘରର କାନ୍ଥ ପଡିଯାଇଥିଲା । ଆଗ୍ନେୟ ଉଦଗୀରଣ ପ୍ରଭାବରେ ହାୱାଇ, ଆଲସ୍କା ଓ ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ଉପକୂଳ ପାଇଁ ମଧ୍ୟ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.