ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ସମୁଦ୍ର ମଝିରେ ଆଗ୍ନେୟଗିରି ଉଦଗୀରଣ

0

ପ୍ରଶାନ୍ତ ମହାସାଗରରେ ଟୋଙ୍ଗା ନିକଟରେ ସମୂଦ୍ର ମଧ୍ୟରେ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି । ଲାଭା ଉଦଗୀରଣ ଯୋଗୁଁ ଟୋଙ୍ଗା ଦେଶରେ ଭୟଙ୍କର ସୁନାମୀ ଆସିଛି । ଜଳ ମାଡିଆସିବାରୁ ସମୁଦ୍ରକୂଳିଆ ଲୋକ ନିରାପଦ ସ୍ଥାନକ ଉଚ୍ଚ ସ୍ଥାନକୁ ଦୌଡି ପଳାଇଥିଲେ ।

ହାୱାଇ ଦ୍ୱୀପ ସ୍ଥିତ ‘ପେସିଫିକ୍ ସୁନାମୀ ୱାର୍ଣ୍ଣିଂ ସେ ର’ରିପୋର୍ଟ ଅନୁସାରେ ନୱିଲିୱିଲି,କାଉଆଇରେ ୧ଫୁଟରୁ ଆରମ୍ଭ କରି ହାନାଲେଇ ଉପକୂଳରେ ୨.୭ ଫୁଟ ପର୍ଯ୍ୟନ୍ତ ସମୁଦ୍ର ଢେଇ ପିଟି ହୋଇଥିଲା । ଉଦଗୀରଣ ପରେ କ୍ଷୁଦ୍ର ଦ୍ୱୀପଦେଶ ଟୋଙ୍ଗା ସହ ଦୀର୍ଘ ସମୟ ଧରି ଯୋଗାଯୋଗ ବିଚ୍ଚିନ୍ନ ହୋଇଯାଇଥିଲା । ତେଣୁ ମୃତାହତ ଓ କ୍ଷୟକ୍ଷତି ସଂପର୍କରେ ସୂଚନା ମିଳିପାରିନାହିଁ ।

ଶନିବାର ଭାରତୀୟ ସମୟ ସକାଳ ୧୦ଟାରେ ଏହି ଉଦଗୀରଣ ହୋଇଥିଲା । ଲାଭା ଉଦଗୀରଣ ଯୋଗୁଁ ୬୫ କିଲୋମିଟର ଦୂରରେ ଥିବା ଟୋଙ୍ଗା ଦେଶରେ ଏହାର ଝଟକା ଅନୁଭୂତ ହୋଇଥିଲା । ଉଦଗୀରଣ ସମୟରେ ଏଥିରୁ ବାହାରୁଥିବା ଧୁଆଁ ଓ ପାଉଁଶ ୨୦ କିଲୋମିଟର ଉପରକୁ ଉଠିଥିଲା ।

ଟୋଙ୍ଗାର ଚାରିଆଟେ ପାଉଁଶମୟ ହୋଇଯାଇଥିଲା । ‘ଷ୍ଟଫ ନ୍ୟୁଜ ୱେବସାଇଟ’କୁ ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, ଉଦଗୀରଣ ଏତେ ପ୍ରଚଣ୍ଡ ଥିଲା ଯେ, ଭୂଇଁ ଦୋହଲିଯାଇଥିଲା । ଘର ଥରି ଉଠିଥିଲା ।ମୂହୁର୍ତକ ମଧ୍ୟରେ ସମୂଦ୍ର କୂଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଥିଲା । ଘରର କାନ୍ଥ ପଡିଯାଇଥିଲା । ଆଗ୍ନେୟ ଉଦଗୀରଣ ପ୍ରଭାବରେ ହାୱାଇ, ଆଲସ୍କା ଓ ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ଉପକୂଳ ପାଇଁ ମଧ୍ୟ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.