ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେମିତି ଅଛନ୍ତି ଲତା ମଙ୍ଗେସକର?

0

ସୁର ସାମ୍ରଜ୍ଞୀ ଲତା ମଙ୍ଗେସକର ଏବେ ବି ହସ୍ପିଟାଲରେ ଅଛନ୍ତି । ଗତ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ସେ ହସ୍ପିଟାଲରେ ଥିବା ବେଳେ ଡାକ୍ତର ଲଗାତର ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ଜଣାଇଆସୁଛନ୍ତି । ଏବେ ବି ଲତା ମଙ୍ଗେସକର ଆଇସିୟୁରେ ଅଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି ଏବଂ ତାଙ୍କର ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ କହିଛନ୍ତି ଡାକ୍ତର ପ୍ରତୀତ ସମଦାନୀ ।

ଜାନୁଆରୀ ୮ ତାରିଖରେ ଲତା ମଙ୍ଗେସକର କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ବୟସ ଅଧିକ କାରଣରୁ ପଜିଟିଭ ଚିହ୍ନଟ ପରେ ତାଙ୍କୁ ତୁରନ୍ତ ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କରୋନା ସହ ନିମୋନିଆ ମଧ୍ୟ ହୋଇଯାଇଥିଲା। ଆଇସିୟୁରେ ତାଙ୍କ ସ୍ୱତନ୍ତ୍ର ଚିକିତ୍ସା ଚାଲିଥିବା ବେଳେ ଡାକ୍ତରୀ ଦଳ ତାଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି ।

ଡାକ୍ତରଙ୍କ କହିବା ଅନୁସାରେ ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି । କିନ୍ତୁ ତାଙ୍କୁ ସାକ୍ଷାତ କରିବାକୁ କାହାକୁ ଛଡାଯାଉନି । ତେବେ ଆଉ କିଛି ଦିନ ଲତା ମଙ୍ଗେସକର ହସ୍ପିଟାଲରେ ରହିବେ ବୋଲି ଡାକ୍ତର କହିଛନ୍ତି । ଲତାଙ୍କ ପାଇଁ ଭଗବାନଙ୍କୁ ଡାକିବାକୁ ତାଙ୍କର ଫ୍ୟାନ୍ସଙ୍କୁ କହିଛନ୍ତି ଡାକ୍ତର ।

Leave A Reply

Your email address will not be published.