ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

କେମିତି ଅଛନ୍ତି ଲତା ମଙ୍ଗେସକର?

0

ସୁର ସାମ୍ରଜ୍ଞୀ ଲତା ମଙ୍ଗେସକର ଏବେ ବି ହସ୍ପିଟାଲରେ ଅଛନ୍ତି । ଗତ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ସେ ହସ୍ପିଟାଲରେ ଥିବା ବେଳେ ଡାକ୍ତର ଲଗାତର ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ଜଣାଇଆସୁଛନ୍ତି । ଏବେ ବି ଲତା ମଙ୍ଗେସକର ଆଇସିୟୁରେ ଅଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି ଏବଂ ତାଙ୍କର ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ କହିଛନ୍ତି ଡାକ୍ତର ପ୍ରତୀତ ସମଦାନୀ ।

ଜାନୁଆରୀ ୮ ତାରିଖରେ ଲତା ମଙ୍ଗେସକର କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ବୟସ ଅଧିକ କାରଣରୁ ପଜିଟିଭ ଚିହ୍ନଟ ପରେ ତାଙ୍କୁ ତୁରନ୍ତ ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କରୋନା ସହ ନିମୋନିଆ ମଧ୍ୟ ହୋଇଯାଇଥିଲା। ଆଇସିୟୁରେ ତାଙ୍କ ସ୍ୱତନ୍ତ୍ର ଚିକିତ୍ସା ଚାଲିଥିବା ବେଳେ ଡାକ୍ତରୀ ଦଳ ତାଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି ।

ଡାକ୍ତରଙ୍କ କହିବା ଅନୁସାରେ ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି । କିନ୍ତୁ ତାଙ୍କୁ ସାକ୍ଷାତ କରିବାକୁ କାହାକୁ ଛଡାଯାଉନି । ତେବେ ଆଉ କିଛି ଦିନ ଲତା ମଙ୍ଗେସକର ହସ୍ପିଟାଲରେ ରହିବେ ବୋଲି ଡାକ୍ତର କହିଛନ୍ତି । ଲତାଙ୍କ ପାଇଁ ଭଗବାନଙ୍କୁ ଡାକିବାକୁ ତାଙ୍କର ଫ୍ୟାନ୍ସଙ୍କୁ କହିଛନ୍ତି ଡାକ୍ତର ।

Leave A Reply

Your email address will not be published.