ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

୨୦ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ

0

ମୁମ୍ବାଇର ତାଡଦେବ ଅଂଚଳରେ ଏକ ୨୦ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ । କୋଠାଟି ଭାଟିଆ ହସ୍ପିଟାଲ ନିକଟରେ ରହିଛି । ନିଆଁରେ ପୋଡି ହୋଇ ୭ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ୧୨ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଆଜି ସକାଳ ପ୍ରାୟ ୭ଟା ୩୦ରୁ ନିଆଁ ଲାଗିଥିଲା । ଯେଉଁ କୋଠରୀରେ ନିଆଁ ଲାଗିଥିଲା ତାହା ହେଉଛି ୨୦ ମହଲା । ଅଗ୍ନିକାଣ୍ଡକୁ ନେଇ ମୁମ୍ବାଇ ମେୟର କିଶୋରୀ ପେଡନକେର କହିଛନ୍ତି ଯେ, ସକାଳେ ନିଆଁ ଲାଗିବା ପରେ ଆଖପାଖ ଦୋକାନର ଲୋକ ପ୍ରଥମେ କୋଠା ଭିତରୁ ଧୂଆଁ ବାହାରୁଥିବା ଦେଖିଥିଲେ । ଏହା ପରେ ସ୍ଥାନୀୟ ଲୋକ ପୁଲିସକୁ ଏନେଇ ଅବଗତ କରାଇଥିଲେ । ମେୟର କହିଛନ୍ତି ଯେ, ଏବେ ବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛିା ଅଗ୍ନିକାଣ୍ଡରେ ୧୦ ଜଣ ଆହତ ହୋଇଛନ୍ତି । ଯେଉଁମାନେ ବି ଗୁରୁତର ହୋଇଛନ୍ତି ସମସ୍ତେ ଧୂଆଁ ଯୋଗୁଁ ହୋଇଛନ୍ତି । ୬ ଜଣ ବୃଦ୍ଧ ଲୋକ ଯେଉଁମାନଙ୍କର ଅକ୍ସିଜେନ ଆବଶ୍ୟକ ଥିଲା ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ନିଆଁକୁ ଆୟତ୍ତ କରାଯାଇଛି କିନ୍ତୁ ଧୂଆଁ ବହୁତ ଅଧିକ ଥିବା କୁହାଯାଉଛି

Leave A Reply

Your email address will not be published.