ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌, ଦେଶରେ ଆଜି ବି ୩ ଲକ୍ଷ ଉପରେ

0

ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ । ଖସୁଛି ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା ରେ ୮ ହଜାରକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । କିଛି ଦିନ ୧୦ ହଜାର ଟ୍ରେଣ୍ଡ ରହିବା ପରେ ଦୁଇ ଦିନ ହେବ ୧୦ ହଜାର ତଳକୁ ସଂଖ୍ୟା ଖସିବା ଏକ ପ୍ରକାର ଆଶ୍ୱସ୍ତିକର ଖବର । ହେଲେ ଦେଶରେ କ୍ରମାଗତ ତୃତୀୟ ଦିନରେ ୩ ଲକ୍ଷ ଉପରେ ମାମଲା ଆସିଛି । ରାଜ୍ୟରେ ଦିନକରେ ୮ ହଜାର ୮୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୫ ହଜାର ୧୨୮ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩ ଜହାର ୭୧୭ ଜଣ ଅଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୯୨୭ ଜଣ ପଜିଟିଭ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨ ହଜାର ୫୨୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୧୦୦୧,କଟକରୁ ୬୨୮, ଅନୁଗୁଳରୁ ୧୬୦, ବାଲେଶ୍ୱରରୁ ୨୯୦, ବରଗଡରୁ ୧୪୧, ଭଦ୍ରକରୁ ୧୧୭,ବଲାଙ୍ଗୀରରୁ ୨୩୨,ମୟୂରଭଞ୍ଜରୁ ୧୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ୨୪ ଘଣ୍ଟା ରେ ରାଜ୍ୟରେ କରୋନାରେ ୭ ଜଣଙ୍କ ଜୀବନ ଯାଇଛି । ଅନୁଗୁଳରୁ ୨ ଜଣ ରହିଥିବା ବେଳେ ଭଦ୍ରକ,କଟକ,ଯାଜପୁର, ମୟୂରଭଞ୍ଜ,ପୁରୀରୁ ଜଣେ ଲେଖାଁଏ ମୃତକ ଅଛନ୍ତି । ରାଜ୍ୟରେ ୮୮ ହଜାର ୧୫୦ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୬୧୪୦ରେ ପହଞ୍ଚିଛି। ସେପଟେ ଦେଶରେ କିନ୍ତୁ ଲଗାତର ତୃତୀୟ ଦିନ ଧରି ୩ ଲକ୍ଷ ଉପରେ ସଂକ୍ରମିତଙ୍କ ସଂଖ୍ୟା ରହିଛି । ଗତ ୨୪ ଘଣ୍ଟା ରେ ୩ ଲକ୍ଷ ୩୭ ହଜାର ୭୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୫ ରାଜ୍ୟରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମହାରାଷ୍ଟ୍ର ଆଗରେ ରହିଛି ।

ମହାରାଷ୍ଟ୍ରରେ ଦିନକରେ ୪୮ ହଜାର ୨୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ କର୍ଣ୍ଣାଟକରୁ ୪୮ ହଜାର ୪୯, କେରଳରୁ ୪୧ ହଜାର ୬୬୮,ତାମିଲନାଡୁରୁ ୨୯ ହଜାର ୮୭୦,ଗୁଜୁରାଟରୁ ୨୧ ହଜାର ୨୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଦିନକରେ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରୁ ଏହି ୫ ରାଜ୍ୟରୁ ୫୬ ପ୍ରତିଶତ ମାମଲା ରହିଛି । ମହାରାଷ୍ଟ୍ରରେ କେବଳ ୧୪.୨୯ ପ୍ରତିଶତ ମାମଲା ଚିହ୍ନଟ ହୋଇଛି । ସେପଟେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢି ୨୧ ଲକ୍ଷ ହୋଇଯାଇଛି ।

Leave A Reply

Your email address will not be published.