ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ବ୍ରିଜରୁ ଖସିଲା କାର..ବିଧାୟକଙ୍କ ପୁଅ ସମେତ ୭ ମୃତ

0

ମହାରାଷ୍ଟ୍ର ୱାର୍ଦ୍ଧାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବିଧାୟକଙ୍କ ପୁଅ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି । ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ସେଲସୁରା ବ୍ରିଜ ଉପରେ ଯିବା ସମୟରେ ଛାତ୍ରଙ୍କ ଗାଡି ସାମନାକୁ ଜଙ୍ଗଲୀ ପଶୁ ପଳାଇଆସିଥିଲେ । ପଶୁକୁ ବଞ୍ଚାଇବାକୁ ଯାଇ ଗାଡି ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସିପଡିଥିଲା ।

ଦୁର୍ଘଟଣା ୱାର୍ଦ୍ଧା ପାଖରେ ତୁଲଜାପୁର ସେଲସୁରା ବ୍ରିଜରେ ହୋଇଛି । ଗାଡିରେ ଥିବା ସମସ୍ତ ୭ ଜଣ ମେଘେ ମେଡିକାଲ କଲେଜର ଛାତ୍ର । ବିଜେପି ବିଧାୟକଙ୍କ ପୁଅ ତାଙ୍କ ସାଙ୍ଗ ମାନଙ୍କ ସହ ଦେଓଲିରୁ ପାର୍ଟି ସାରି ବର୍ଦ୍ଧାକୁ ଯାଉଥିଲେ । ଏସପି ପ୍ରଶାନ୍ତ ହୋଲକର କହିଛନ୍ତି ଯେ, ରାତି ପ୍ରାୟ ସାଢେ ୧୧ଟାରେ ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ତିରୋଡା ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ରହାଙ୍ଗଡାଲେଙ୍କ ପୁଅ ଅଭିଷ୍କାର ଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଛାତ୍ରଙ୍କ ପରିବାର ପାଇଁ ୨ ଲକ୍ଷ ଲେଖାଁଏ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ମୃତକ ୭ ଜଣ ହେଲେ ଅଭିଷ୍କାର ରହାଙ୍ଗଡାଲେ(ବିଜେପି ବିଧାୟକଙ୍କ ପୁଅ), ନୀରଜ ଚୌହ୍ୱାନ,ନୀତିଶ ସିଂହ, ବିବେକ ନନ୍ଦନ, ପ୍ରତ୍ୟୁଷ ସିଂହ, ସୁଭମ ଜୟସୱାଲ ଓ ପୱନ ଶକ୍ତି ।

Leave A Reply

Your email address will not be published.