ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଓମିକ୍ରନ କରୋନା ମହାମାରୀର ଅନ୍ତ ନୁହେଁ, ’ହୁ’ ଦେଲା ଚେତାବନୀ

0

ସମଗ୍ର ବିଶ୍ୱ କରୋନା ମହାମାରୀକୁ ନେଇ ଚିନ୍ତିତ । ଓମିକ୍ରନ ଭ୍ୟାରିଆଣ୍ଟର ସଂକ୍ରମଣ ବିଶ୍ୱର ଅନେକ ଦେଶରେ ଏବେ ବି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ଭିତରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ(ହୁ) ଚେତାବନୀ ଦେଇଛି ଯେ, ଓମିକ୍ରନ ଭ୍ୟାରିଆଣ୍ଟ ମହାମାରୀର ଅନ୍ତ ନୁହେଁ । ହୁ କହିଛି, କରୋନା ମହାମାରୀ ପୁର୍ନବାର ରୂପ ବଦଳାଇପାରେ । ତେଣୁ ଲୋକମାନେ କରୋନା ପ୍ରତି ସତର୍କ ରହିବା ଉଚିତ୍ । ଟିକାକରଣକୁ ନେଇ ସମଗ୍ର ବିଶ୍ୱ ଅଧିକ ଗମ୍ଭୀର ହେବା ଆବଶ୍ୟକ । ଲୋକଙ୍କୁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ଜରୁରୀ ।

ବିଶ୍ୱରେ ଦୈନିକ ପ୍ରାୟ ୨୩ ଲକ୍ଷ କରୋନା ମାମଲା ସାମନାକୁ ଆସୁଛି । ଭାରତରେ ଦୈନିକ ୩ ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରଙ୍ଗ ବଦଳାଉଥିବା କରୋନା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତବାନୀ ଦେଇ କହିଛି ଯେ, ଓମିକ୍ରନ ଭ୍ୟାରିଆଣ୍ଟ କରୋନାର ଶେଷ ନୁହେଁ । ଏହା ପରେ ଅନେକ ପ୍ରଜାତି ଏଭଳି ଆସିପାରନ୍ତି ।‘ହୁ’ ର ମହାନିର୍ଦ୍ଦେଶକ ଟ୍ରେଡୋସ୍ ଆଡାନୋମ୍ ଗେବ୍ରେଇସସ କହିଛନ୍ତି, ଆଗକୁ କରୋନା ରୂପ ଓ ରଙ୍ଗ ପରିବର୍ତ୍ତନ କରିପାରେ । ଯେଉଁଥିପାଇଁ ପୁଣି ଏକ ନୂତନ ଭ୍ୟାରିଆଣ୍ଟ ସାମନାକୁ ଆସିବ । ଏବଂ ପୁଣି ଥରେ ବିଶ୍ୱକୁ କଷ୍ଟଦାୟକ ସମୟର ସାମନା କରିବାକୁ ପଡିବ ।

କରୋନାର ଭୟ ଏବେ ବି ବଢିଚାଲିଛି । କେବଳ ୯ ସପ୍ତାହରେ ଓମିକ୍ରନ ଭ୍ୟାରିଆଣ୍ଟ ହଇଚଇ ସୃଷ୍ଟି କରିଛି । ପାଖାପାଖି ୮ କୋଟି ମାମଲା ସାମନାକୁ ଆସିସାରିଛି । ୨୦୨୦ରେ ରିପୋର୍ଟ ହୋଇଥିବା ମାମଲାଠୁ ଏହା ଢେର ଅଧିକ । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୨୩ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ ଅର୍ଥାତ ପରିସ୍ଥିତି ନିୟନ୍ତ୍ରଣରେ ନାହିଁ ।‘ହୁ’ ର ମୁଖ୍ୟ କାର୍ଯ୍ୟକାରିଣୀ ୧୫୦ ତମ ବୈଠକରେ କହିଛନ୍ତି, ଗତ ସପ୍ତାହରେ ପ୍ରତି ୩ ସେକେଣ୍ଡରେ ୧୦୦ଟି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରତି ୧୨ ସେକେଣ୍ଡେରେ କରୋନାରେ ଜଣକ ମୃତ୍ୟୁ ହୋଇଛି । ଚେତାବନୀ ମଧ୍ୟରେ ‘ହୁ’ର ମହାନିର୍ଦ୍ଦେଶକ ଏହା ବି କହିଛନ୍ତି ଯେ, କରୋନାର ତୃତୀୟ ଲହରର ସମାପ୍ତି ଚଳିତ ବର୍ଷ ଶେଷ ହୋଇପାରେ କିନ୍ତୁ ଏଥିପାଇଁ ସମସ୍ତ ଦେଶ ଏକାଠି ହୋଇ ଉତ୍ ମ ରଣନୀତି ପ୍ରସ୍ତୁତି କରିବାର ଆବଶ୍ୟକ ରହିଛି ।

Leave A Reply

Your email address will not be published.