ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

0

ଶେଷରେ ଟାଟା ହାତକୁ ଯାଇଛି ଏୟାର ଇଣ୍ଡିଆର ମାଲିକାନା । ପାଖାପାଖି ୬୯ ବର୍ଷ ପରେ ଏୟାର ଇଣ୍ଡିଆର ପୁଣି ଥରେ ମାଲିକାନା ହାସଲ କରିଛି ଟାଟା ଗ୍ରୁଫ। ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଟାଟା ଗ୍ରୁପକୁ ଏୟାର ଇଣ୍ଡିଆ ହସ୍ତାନ୍ତାର କରାଯାଇଛି । ଏବେ ଏୟାର ଇଣ୍ଡିଆର ନୂଆ ଆରମ୍ଭ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ଆଜିଠୁ ଏୟାର ଇଣ୍ଡିଆ ବିମାନ ଟାଟା ଗ୍ରୁପ ଅଧିନରେ ଉଡିବ । ଏଭଳି ସ୍ଥିତିରେ ବିମାନ ଚଳାଚଳ ପୂର୍ବରୁ ପାଇଲଟମାନଙ୍କଚୁ ଯାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଏକ ସର୍କୁଲାର ଜାରି କରାଯାଇଛି ।

ସର୍କୁଲାର ଅନୁସାରେ, ବିମାନର କ୍ୟାପଟେନ ବିମାନ ଉଡାଣ ସମୟରେ ଏଭଳି ଘୋଷଣା କରିବେ । ‘ପ୍ରିୟ ଅତିଥିଗଣ, ମୁଁ ଆପଣଙ୍କ କ୍ୟାପଟେନ ଆପଣଙ୍କ ନାଁ କହୁଛି । ଆଜିର ଐତିହାସିକ ଉଡାଣରେ ଆପଣଙ୍କୁ ସ୍ୱାଗତ । ଆଜିର ଦିନ ବହୁତ ଖାସ୍‌, କାରଣ ୭ ଦଶନ୍ଧି ପରେ ଏୟାର ଇଣ୍ଡିଆ ଆନୁଷ୍ଠାନିକ ଭାବେ ଟାଟା ଗ୍ରୁପର ଅଂଶ ହୋଇପାରିଛି । ଆମେ ନୂଆ ଜୋଶ୍ ସହିତ ଏୟାର ଇଣ୍ଡିଆର ସମସ୍ତ ବିମାନର ଆପଣଙ୍କ ସେବା କରିବା ପାଇଁ ଆଗ୍ରହୀ । ଭବିଷ୍ୟତର ଏୟାର ଇଣ୍ଡିଆକୁ ଆପଣଙ୍କୁ ସ୍ୱାଗତ । ଆଶା କରୁ ଆପଣଙ୍କ ଯାତ୍ରା ଭଲ ହେବ । ଧନ୍ୟବାଦ’ ।

ଟାଟା ଗ୍ରୁପ ପକ୍ଷରୁ କୁହାଯାଇଛି ଯେ, ପ୍ରଥମରୁ ୫ ଟି ବିମାନରେ ମାଗଣାରେ ଖାଦ୍ୟ ଦିଆଯିବ ଏଥିରେ ମୁମ୍ବାଇ-ଦିଲ୍ଲୀର ଦୁଇଟି ବିମାନ ଏୱାନ ୮୬୪ ଏବଂ ଏୱାନ ୬୮୭ ରହିଛି । ଏହା ବ୍ୟତୀତ ଏୱାନ ୯୪୫ ମୁମ୍ବାଇ ରୁ ଆବୁଧାବି ଓ ଏୱାନ ୬୩୯ ମୁମ୍ବାଇ ରୁ ବାଙ୍ଗାଲୋର ପର୍ଯ୍ୟନ୍ତ ବିମାନ ରହିଛି । ଏହା ସହିତ ମୁମ୍ବାଇ-ନ୍ୟୁୟର୍କ ମାର୍ଗରେ ଚାଲୁଥିବା ବିମାନରେ ମାଗଣା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ ।

୧୯୩୨ରେ ଟାଟା ଗ୍ରୁପ ଦ୍ୱାରା ଏୟାର ଇଣ୍ଡିଆ ଆରମ୍ଭ ହୋଇଥିଲା । ଦେଶ ସ୍ୱାଧୀନତା ପାଇବା ପରେ ତତକାଳନୀ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ୧୯୫୩ରେ ବିମାନକୁ ଜାତୀୟକରଣ କରିଥିଲେ । ଏୟାର ଇଣ୍ଡିଆ ଟାଟା ଗ୍ରୁପକୁ ହସ୍ତାନ୍ତାର କରିବା ପୂର୍ବରୁ ଏହାର ସହାୟକ କମ୍ପାନୀ ଏଆଇଏଚଏଲରେ ରଖାଯାଇଥିବା ୬୧ ହଜାର କୋଟି ଟଙ୍କାର ପୁରୁଣ ଋଣ ଓ ଅନ୍ୟ ଦେଣନେଣକୁ ସମାଧାନ କରାଯାଇଛି । ଅଗଷ୍ଟ ୩୧, ୨୦୨୧ ସୁଦ୍ଧା ଏହି ବିମାନ କମ୍ପାନୀ ପରେ ମୋଟ ୬୧,୫୬୨ କୋଟି ଟଙ୍କାର ଋଣ ଥିଲା । ଏଥରିରୁ ଟାଟା ୧୫,୩୦୦ କୋଟି ଟଙ୍କାର ଋଣ ନିଜ ଉପରକୁ ନେଇଥିଲା ଏବଂ ବାକି ୭୫ ପ୍ରତିଶତ କିମ୍ବା ୪୬ ହଜାର କୋଟି ଟଙ୍କା ଏକ ସ୍ୱତନ୍ତ୍ର ଏଆଇ ଆସେଟ ହୋଲଡିଂ କମ୍ପାନୀକୁ ହସ୍ତାନ୍ତାର କରାଯାଇଛି ।

Leave A Reply

Your email address will not be published.