ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

କାହା ପାଖରେ କେତେ ସମ୍ପତ୍ତି ?

0

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର
ଆସନରୁ ମୈଦାନରେ ଥିବା ବେଳେ ପୂର୍ବ ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କରହନ୍ ସିଟରୁ ଲଢୁଛନ୍ତି । ମୁଖ୍ୟ କଥା ଏହା କି ଯୋଗୀ ଓ ଅଖିଳେଶ ଉଭୟ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି । ଉଭୟ ଏଯାଏଁ ଲୋକସଭା ଓ ବିଧାନପରିଷଦ ନିର୍ବାଚନ ଲଢିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅଖିଳେଶ ଯାଦବ ନିଜ ନିଜ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦୁହେଁ ନାମାଙ୍କନ ପତ୍ର ଦାଖଲ ସମୟରେ ନିଜର ସମସ୍ତ ସମ୍ପତି ଓ ଅପରାଧିକ ମାମଲାର ତଥ୍ୟ ଦାଖଲ କରିଛନ୍ତି । ଆସନ୍ତୁ ଜାଣିବା କାହାର କେତେ ସମ୍ପତ୍ତି ବଢିଛି ଓ କାହା ବିରୋଧରେ କେତେ ଅପରାଧିକ ମାମଲା ରହିଛି ।

ଯୋଗୀ ବନାମ ଅଖିଳେଶ: କାହାର କେତେ ସମ୍ପତ୍ତି ?
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପତ୍ତି ପାଖାପାଖି ୬୧ ପ୍ରତିଶତ ବଢିଛି । ୨୦୧୭ ବିଧାନପରିଷଦ ନିର୍ବାଚନ ବେଳକୁ ତାଙ୍କର ସମ୍ପତ୍ତି ୯୫.୯୮ ଲକ୍ଷ ଥିଲା । ସେହିପରି ଅଖିଳେଶ ଯାଦବ ୨୦୧୨ରୁ ୨୦୧୭ ଯାଏଁ ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୨ରେ ଅଖିଳେଶ ବିଧାନପରିଷଦ ନିର୍ବାଚନ ଲଢିଥିଲେ । ସେତେବେଳେ ତାଙ୍କ ସମ୍ପତ୍ତି ଥିଲା ୮.୮୪ କୋଟି । ଏହା ପରେ ୨୦୧୯ରେ ଅଖିଳେଶ ଆଜମଗଡ଼ ଆସନରୁ ଲୋକସଭା ନିର୍ବାଚନ ଲିଥିଲେ ।ସେତେବେଳେ ତାଙ୍କ ସମ୍ପତ୍ତି ମୂଲ୍ୟ ୩୭.୭୮ କୋଟି ଥିଲା । ୭ ବର୍ଷ ମଧ୍ୟରେ ତାଙ୍କର ସମ୍ପତ୍ତି ୩୨୭ ପ୍ରତିଶତରୁ ଅଧିକ ବଢିଥିବା ତଥ୍ୟରେ ପ୍ରକାଶ ପାଇଛି ।

କାହା ନାଁରେ କେତେ ଅପରାଧିକ ମାମଲା?
୨୦୧୭ରେ ଯୋଗୀ ଆଦିତ୍ୟନାଥ ଯେତେବେଳେ ନାମାଙ୍କନ ଦାଖଲ କରିଥିଲେ ସେତେବେଳେ ତାଙ୍କ ବିରୋଧରେ ୩ଟି ଅପରାଧିକ ମାମଲା ଥିଲା । ହେଲେ ଏବେ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ବେଳକୁ ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନଥିବା ଜଣାପଡିଛି । ସେହିପରି ଅଖିଳେଶ ଯାଦବ ଯେତେବେଳେ ୨୦୧୯ରେ ନାମାଙ୍କନ ପତ୍ର ଦାଖଲ କଲେ, ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନଥିଲା । ଏବେ ୨୦୨୨ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ବେଳେ ତାଙ୍କ ନାଁରେ ୩ଟି ଅପରାଧିକ ମାମଲା ଥିବା ଜଣାପଡିଛି ।

Leave A Reply

Your email address will not be published.