ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଭାରତ ଜିତିଲା ବିଶ୍ୱକପ

0

ଅଣ୍ଡର-୧୯ ବିଶ୍ୱକପରେ ପୁଣି ଥରେ କମାଲ ଦେଖାଇଛି ଟିମ ଇଣ୍ଡିଆ । ବିଶ୍ୱକପ ଜିତିଛି ଭାରତ । ଶନିବାର ଅଷ୍ଟମ ଥର ଫାଇନାଲ ଖେଳି ସର୍ବାଧିକ ପଞ୍ଚମ ଥର ବିଶ୍ୱକପ ଜିତିବାର ବିରଳ କୀର୍ତ୍ତିମାନ ସ୍ଥାପନ କରିଛି ଭାରତ । ୨୪ ବର୍ଷ ପରେ ଫାଇନାଲକୁ ଯାଇଥିବା ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ଭାରତ ୧୯ ବର୍ଷରୁ କମ କ୍ରିକେଟ ବିଶ୍ୱକପ ଜିତିନେଇଛି ।

୧୯୦ ରନ ବିଜୟ ଲକ୍ଷ୍ୟର ପିଛା କରି ଭାରତ ୧୪ଟି ବଲ ବାକି ଥାଇ ୬ ୱିକେଟ ହରାଇ ୧୯୫ ରନ କରି ବିଜୟୀ ହୋଇଛି । ରବି କୁମାର ଓ ରାଜ୍ ବାୱାଙ୍କ ଘାତକ ବୋଲିଂ ଫଳରେ ଦ୍ୱିତୀୟ ଥର ବିଶ୍ୱକପ ଜିତିବା ଲକ୍ଷ୍ୟରେ ଥିବା ଇଂଲଣ୍ଡକୁ ଭାରତ ୪୪.୫ ଓଭରରେ ମାତ୍ର ୧୮୯ ରନରେ ଅଲଆଉଟ କରିଦେଇଥିଲା । ନିଶାନ୍ତ ସିନ୍ଧୁଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ୪୭.୪ ଓଭରରେ ୬ ୱିକେଟ ହରାଇ ୧୯୫ ରନ କରି ମୁକାବିଲାକୁ ଜିତିନେଇଛି । ସିନ୍ଧୁ୫୪ ବଲରେ ୫ ଚୌକା, ଗୋଟେ ଛକା ସହ ୫୦ ରନ କରି ଅପରାଜିତ ଥିଲେ ।

ଭାରତୀୟ ଦଳ ୪ ବର୍ଷ ପରେ ଭାରତକୁ ଅଣ୍ଡର -୧୯ କ୍ରିକେଟରେ ବିଶ୍ୱକପ ଆଣିବା ପରେ ସବୁଆଡେ ଖୁସିର ଲହରି ଖେଳିଯାଇଛି । ଦଳଗତ ଭାବେ ଭାରତ ୫ ଥର ବିଶ୍ୱକପ ଜିତି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ବେଳେ ଅଧିନାୟକ ୟଶ୍‌ ଧୂଲ ବ୍ୟକ୍ତିଗତ ଭାବେ ଭାରତକୁ ବିଶ୍ୱବିଜୟୀ କରିଥିବା ମହମ୍ମଦ କୈଫ, ବିରାଟ କୋହଲି, ଉନ୍ମୃକ୍ତ ଚାନ୍ଦ ଓ ପୃଥ୍ୱୀ ସଙ୍କ ଏଲିଟ କ୍ଲବରେ ସାମିଲ ହୋଇଛନ୍ତି । ଇଂଲଣ୍ଡ ବ୍ୟାଟିଂକ୍ରମକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିବା ରାଜ୍ ବାୱା ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ୫ ୱିକେଟ ସଫଳତାର ସହ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ଭାରତ ପୂର୍ବରୁ ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ରେ ଚମ୍ପିଆନ ହୋଇଥିବା ବେଳେ ୨୦୦୬,୨୦୧୬ ଓ ୨୦୨୦ରେ ରନର୍ସ ଅପ ହୋଇଥିଲା ।

Leave A Reply

Your email address will not be published.