ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ରାଜା ଘର ବାହାଘର

0

ଆଜି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର । ଦିବ୍ୟସିଂହ ଦେବଙ୍କ ତୃତୀୟ କନ୍ୟା ଦେବେଶ ଦେବୀ ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କୁ ବିବାହ କରୁଛନ୍ତି । ବାହାଘର ପାଇଁ ରାଜପରିବାର ପକ୍ଷରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ବର ପକ୍ଷରୁ ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟ ପୁରୀରେ ଗତକାଲିଠୁ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହା ଗଜପତି ମହାରାଜାଙ୍କ ଶେଷ ପାରିବାରିକ ଉତ୍ସବ ହୋଇଥିବାରୁ ଦେଶ ବିଦେଶରେ ରାଜପରିବାର ସଦସ୍ୟ ବିବାହରେ ଯୋଗଦେବାକ ପହଞ୍ଚିଛନ୍ତି ।

କୋଭିଡ ପାଇଁ ସେତେ ଆଡମ୍ବରପୂର୍ଣ୍ଣ ବିବାହ କାର୍ଯ୍ୟ କରାଯାଇନଥିଲେ ବି ପୁରୀ ରାଜନଅରରେ ଓ ଭୁବନେଶ୍ୱର ଏକ ତାରକା ହୋଟେଲରେ ବିବାହ ଭୋଜି ପାଇଁ ବ୍ୟବସ୍ଥା କରାଯାଇଛି । ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଓ ବରିଷ୍ଠ ସେବାୟତଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି । ସମସ୍ତ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ସେହିପରି ଭୁବନେଶ୍ୱରର ଏକ ହୋଟେଲରେ ମଧ୍ୟ ଭୋଜିର ଆୟୋଜନ କରାଯାଇଛି ।

ବର୍ଦ୍ଧମାନ ରାଜପରିବାର ସହ ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟ ମାନେ ଗତକାଲି ସନ୍ଧ୍ୟା ସାଢେ ୫ଟାରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପ୍ରାୟ ସାଢେ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ପାଶ୍ୱ ଦେବାଦେବୀ ଦର୍ଶନ ପରେ ଶ୍ରୀନଅରକୁ ଫେରିଯାଇଥିଲେ । ପୁରୀରେ ବରପକ୍ଷଙ୍କ ରହଣୀର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.