ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାଜା ଘର ବାହାଘର

0

ଆଜି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର । ଦିବ୍ୟସିଂହ ଦେବଙ୍କ ତୃତୀୟ କନ୍ୟା ଦେବେଶ ଦେବୀ ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କୁ ବିବାହ କରୁଛନ୍ତି । ବାହାଘର ପାଇଁ ରାଜପରିବାର ପକ୍ଷରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ବର ପକ୍ଷରୁ ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟ ପୁରୀରେ ଗତକାଲିଠୁ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହା ଗଜପତି ମହାରାଜାଙ୍କ ଶେଷ ପାରିବାରିକ ଉତ୍ସବ ହୋଇଥିବାରୁ ଦେଶ ବିଦେଶରେ ରାଜପରିବାର ସଦସ୍ୟ ବିବାହରେ ଯୋଗଦେବାକ ପହଞ୍ଚିଛନ୍ତି ।

କୋଭିଡ ପାଇଁ ସେତେ ଆଡମ୍ବରପୂର୍ଣ୍ଣ ବିବାହ କାର୍ଯ୍ୟ କରାଯାଇନଥିଲେ ବି ପୁରୀ ରାଜନଅରରେ ଓ ଭୁବନେଶ୍ୱର ଏକ ତାରକା ହୋଟେଲରେ ବିବାହ ଭୋଜି ପାଇଁ ବ୍ୟବସ୍ଥା କରାଯାଇଛି । ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଓ ବରିଷ୍ଠ ସେବାୟତଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି । ସମସ୍ତ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ସେହିପରି ଭୁବନେଶ୍ୱରର ଏକ ହୋଟେଲରେ ମଧ୍ୟ ଭୋଜିର ଆୟୋଜନ କରାଯାଇଛି ।

ବର୍ଦ୍ଧମାନ ରାଜପରିବାର ସହ ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟ ମାନେ ଗତକାଲି ସନ୍ଧ୍ୟା ସାଢେ ୫ଟାରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପ୍ରାୟ ସାଢେ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ପାଶ୍ୱ ଦେବାଦେବୀ ଦର୍ଶନ ପରେ ଶ୍ରୀନଅରକୁ ଫେରିଯାଇଥିଲେ । ପୁରୀରେ ବରପକ୍ଷଙ୍କ ରହଣୀର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.