ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ବୁଧବାର ପ୍ରଥମ ପର୍ଯ୍ୟାୟ ପ|ଞ୍ଚାୟତ ଭୋଟ, ଆଜି ସନ୍ଧ୍ୟାରେ ସରିବ ପ୍ରଚାର

0

ଆସନ୍ତା ୧୬ ତାରିଖରେ ଅର୍ଥାତ ବୁଧବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ସରିବ ପ୍ରଚାର । ଆଜି ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ ହେବ । ୩୬ ଘଣ୍ଟା ପୂର୍ବରୁ ପ୍ରଚାର, ସଭା ,ସଭିତି ,ଲାଉଡ ସ୍ୱିକର ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ତେଣୁ ଆଜି ଗୋଟିଏ ଦିନ ଘମାଘୋଟ ପ୍ରଚାରରେ କମ୍ପିବ ଗାଁଦାଣ୍ଡ । ଗାଁ ଗାଁରେ ଦଳର ବରିଷ୍ଠ ନେତା, ଅଭିନେତା, ପ୍ରଚାର ଜୋରଦାର କରିଛନ୍ତି ।

ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଆସନ୍ତା ୧୬ରେ ପ୍ରଥମ ପର୍ଯ୍ୟାୟ, ୧୮ରେ ଦ୍ୱିତୀୟ,୨୦ରେ ତୃତୀୟ, ୨୨ରେ ଚତୃର୍ଥ, ୨୪ରେ ପ ମ ପର୍ଯ୍ୟାୟ ନିର୍ବାଚନ ହେବ । ଫେବୃଆରୀ ୨୬,୨୭,୨୮ରେ ଭୋଟ ଗଣତି କରାଯିବ। ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଏଥର ବ୍ଲକ ସ୍ତରରେ ଭୋଟ ଗଣତି ହେବ । ବିଜେଡି ପ୍ରାର୍ଥୀଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ପ୍ରଚାର ସବୁବେଳେ ଗୁରୁତ୍ୱ ରଖିଥାଏା କିନ୍ତୁ ୨୦୧୭ ପଞ୍ଚାୟତ ନିର୍ବାଚନରେ ନବୀନ ନିଜ ନିର୍ବାଚନ ମଣ୍ଡଳୀ ଛଡା ଅନ୍ୟ କୌଣସି ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିନଥିଲେ । ଏଥର ମଧ୍ୟ ନବୀନ ପ୍ରଚାରରେ ସାମିଲ ହୋଇନାହାନ୍ତି ।

ସେହିପରି ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଜୋରଦାର ପ୍ରଚାର କରିଥିଲା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରର ମଙ୍ଗ ଧରିଥିଲେ । ସାରା ରାଜ୍ୟରେ ମାରାଥନ ପ୍ରଚାର କରିଥିଲେ । ଧର୍ମେନ୍ଦ୍ରଙ୍କ ସହ ଜୁଏଲ ଓରାମ, ଏକାଧିକ କେନ୍ଦ୍ର ମନ୍ତ୍ରୀ, ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଚାରରେ ସାମିଲ ହୋଇଥିଲେ । ଦଳକୁ ଭଲ ସଫଳତା ମଧ୍ୟ ମିଳିଥିଲା । କିନ୍ତୁ ଏଥର ବିଜେପି ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଏଯାଏ ଭୋଟ ମାଗିନାହାନ୍ତି । କେବେଳ ଭର୍ଚୁଆଲ ମାଧ୍ୟମରେ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ଦଳର କର୍ମକ ର୍ାଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.