ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା

0

ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ୨୦୨୨ର ପ୍ରଥମ ମିସନ ଲଞ୍ଚ କଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଇସ୍ରୋ ପକ୍ଷରୁ
ପିଏସଏଲଭି- ସି୫୨ର ସଫଳ ଉତକ୍ଷେପଣ ହୋଇଛି । ସୋମବାର ସକାଳୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ରୁ ପ୍ରଥମ ଲଞ୍ଚ ପ୍ୟାଡରୁ ପୋଲାର ସାଟେଲାଇଟ ଯାନ ପିଏସଏଲଭି- ସି୫୨ ଲଞ୍ଚ କରିଛି । ପିଏସଏଲଭି-ସି୫୨ ମିଶନ ୩ଟି ଉପଗ୍ରହ ଉତକ୍ଷେପଣ କରିଛି । ପିଏସଏଲଭି- ସି୫୨ ମାଧ୍ୟମରେ କକ୍ଷପଥକୁ ପୃଥିବ-ପର୍ଯ୍ୟବେକ୍ଷଣକାରୀ ଉପଗ୍ରହ ଇଓଏସ-୦୪ ପଠାଇବା ପାଇଁ ୨୫ ଘଣ୍ଟା ର ଗଣନା ରବିବାର ସକାଳୁ ଆରମ୍ଭ ହୋଇଥିଲା ।

ସୋମବାର ସକାଳ ୫ ଟା ୫୯ ମିନିଟରେ ଏହାର ଉତକ୍ଷେପଣ ହୋଇଛି । ପୋଲାର ସାଟେଲାଇଟ ଲ ଯାନ(ପିଏସଏଲଭି)ମଧ୍ୟ ଏହା ସହିତ ଦୁଇଟି ଛୋଟ ଉପଗ୍ରହ ବହନ କରିବ । ଇଓଏସ-୦୪ ହେଉଛି ଏକ ‘ରାଡାର ଇମେଜିଙ୍ଗ ଉପଗ୍ରହ’ ଯାହାକି କୃଷି, ବନବିଭାଗ, ବୃକ୍ଷରୋପଣ, ମୂର୍ତ୍ତିକାର ଆଦ୍ରତା ଏବଂ ବନ୍ୟା ପରିସ୍ଥିତି ଆକଳନର ଉଚ୍ଚ ଗୁଣର ଚିତ୍ର ଉତ୍ତୋଳନ କରି ପଠାଇବ । ପିଏସଏଲଭି ନିଜ ସହ ଦୁଇଟି ଛୋଟ ଉପଗ୍ରହ ବୋଲ୍ଟରର କଲରାଡୋ ବିଶ୍ୱବିଦ୍ୟାଳୟର ଆଟମୋସଫେରିକ ଓ ସ୍ପେସ ଫିଜିକ୍ସ ଲାବୋରୋଟେରୀ ସହଯୋଗରେ ନିର୍ମିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍ପେସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏସଟି)ର ଉପଗ୍ରହ ଇନ୍ସପାଇରସେଟ-୧କୁ ବହନ କରୁଛି।

Leave A Reply

Your email address will not be published.