ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଆଜି ୩ ରାଜ୍ୟରେ ଭୋଟ, ୟୁପିରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

0

ଆଜି ୩ଟି ରାଜ୍ୟରେ ଚାଲିଛି ଭୋଟ ଗ୍ରହଣ। ଉତ୍ତରପ୍ରଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଥିବା ବେଳେ ଉତ୍ତରାଖଣ୍ଡ ଓ ଗୋଆର ବି ଭୋଟଗ୍ରହଣ । ଏହି ଦୁଇ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ଶେଷ ହେବ । ସକାଳ ୬ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ଆସନ ପାଇଁ ମତଦାନ ଚାଲିଛି । ୯ଟି ଜିଲ୍ଲାର ୫୫ଟି ବିଧାନସଭା ଆସନ ପାଇଁ ୫୮୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟି ଭୋଟର । ୟୁପିର ସାହାରାଣପୁର, ମୋରାଦାବାଦ,ରାମପୁର, ବରେଲି,ଶାହାଜାହାନପୁର, ବଦାୟୁ, ସଂଭଲ,ବିଜନର, ଅମରୋହାରେ ଭୋଟିଂ ଚାଲିଛି। ପ୍ରାୟ ୧୭ ହଜାର ପୋଲିଂ ବୁଥରେ ମତଦାନ ହେଉଛି ।

ଉତ୍ତରପ୍ରଦେଶରେ ମୋଟ ୭ଟି ପର୍ଯ୍ୟାୟରେ ମତଦାନ ହେବ । ତେଣୁ ସବୁଠୁ ଅଧିକ ନଜର ଉତ୍ତରପ୍ରଦେଶ ଉପରେ ରହିଛି । ସେପଟେ ଉତ୍ତରାଖଣ୍ଡରେ ୭୦ଟି ଆସନ ପାଇଁ ୬ ଶହରୁ ଅଧିକ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଏଠାରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର । ସକାଳ ୬ରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ ଯାଏଁ ଚାଲିବ । ସେହିପରି ଗୋଆରେ ୪୦ ବିଧାନସଭା ଆସନ ପାଇଁ ମତଦାନ ଚାଲିଛି । ମୋଟ ୩୦୧ ଜଣ ପ୍ରାର୍ଥୀ ଏଠାରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ମାର୍ଚ୍ଚ ୧୦ରେ ଏସବୁ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.