ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଆଜି ୩ ରାଜ୍ୟରେ ଭୋଟ, ୟୁପିରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

0

ଆଜି ୩ଟି ରାଜ୍ୟରେ ଚାଲିଛି ଭୋଟ ଗ୍ରହଣ। ଉତ୍ତରପ୍ରଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଥିବା ବେଳେ ଉତ୍ତରାଖଣ୍ଡ ଓ ଗୋଆର ବି ଭୋଟଗ୍ରହଣ । ଏହି ଦୁଇ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ଶେଷ ହେବ । ସକାଳ ୬ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ଆସନ ପାଇଁ ମତଦାନ ଚାଲିଛି । ୯ଟି ଜିଲ୍ଲାର ୫୫ଟି ବିଧାନସଭା ଆସନ ପାଇଁ ୫୮୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟି ଭୋଟର । ୟୁପିର ସାହାରାଣପୁର, ମୋରାଦାବାଦ,ରାମପୁର, ବରେଲି,ଶାହାଜାହାନପୁର, ବଦାୟୁ, ସଂଭଲ,ବିଜନର, ଅମରୋହାରେ ଭୋଟିଂ ଚାଲିଛି। ପ୍ରାୟ ୧୭ ହଜାର ପୋଲିଂ ବୁଥରେ ମତଦାନ ହେଉଛି ।

ଉତ୍ତରପ୍ରଦେଶରେ ମୋଟ ୭ଟି ପର୍ଯ୍ୟାୟରେ ମତଦାନ ହେବ । ତେଣୁ ସବୁଠୁ ଅଧିକ ନଜର ଉତ୍ତରପ୍ରଦେଶ ଉପରେ ରହିଛି । ସେପଟେ ଉତ୍ତରାଖଣ୍ଡରେ ୭୦ଟି ଆସନ ପାଇଁ ୬ ଶହରୁ ଅଧିକ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଏଠାରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର । ସକାଳ ୬ରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ ଯାଏଁ ଚାଲିବ । ସେହିପରି ଗୋଆରେ ୪୦ ବିଧାନସଭା ଆସନ ପାଇଁ ମତଦାନ ଚାଲିଛି । ମୋଟ ୩୦୧ ଜଣ ପ୍ରାର୍ଥୀ ଏଠାରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ମାର୍ଚ୍ଚ ୧୦ରେ ଏସବୁ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.