ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଭୋଟ ଗଣତିର ଶେଷ ଦିନ: ସ୍ପଷ୍ଟ ହେବ କାହାକୁ ମିଳିଲା କେତେ ଆସନ?

0

ପଞ୍ଜାୟତ ନିର୍ବାଚନର ଭୋଟ ଗଣତିର ଆଜି ତୃତୀୟ ଦିନ ।ଆଜି ଶେଷ ଦିନରେ ୨୩୦ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ଆରମ୍ଭ ହୋଇଛି । ଆଜି ସାରା ରାଜ୍ୟରେ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କିଏ କେଉଁଠି ଅଧ୍ୟକ୍ଷ ପଦ ଦଖଲ କରିବ । ପ୍ରଥମ ଦୁଇ ଦିନର ଫଳାଫଳ ଅନୁସାରେ ରାଜ୍ୟରେ ବିଜେଡି ନିଜର ଦବଦବା ଜାହିର କରିଥିବା ବେଳେ ବହୁ ପଛରେ ପଡିଯାଇଛନ୍ତି ବିଜେପି ଓ କଂଗ୍ରେସ । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ହୋଇଥିଲା । ସେଥିରୁ ବିଜେଡି ୨୮୨ ଆସନରେ ବାଜିମାତ କରିଛି । ବିଜେପିକୁ ମିଳିଛି ୧୫ ଆସନ । କଂଗ୍ରେସ ୧୪ ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଛି । ସେହପରି ସ୍ୱାଧୀନକୁ ୨ଟି ଓ ଅନ୍ୟାନ୍ୟ ଦଳ ଦୁଇଟି ଆସନ ଅକ୍ତିଆର କରିଛନ୍ତି ।

ସେହିପରି ଦ୍ୱିତୀୟ ଦିନରେ ୩୦୬ ଜୋନରେ ଭୋଟ ଗଣତି ହୋଇଥିଲା । ଦ୍ୱିତୀୟ ଦିନ ଗଣତିରୁ ଏଯାଏଁ ୨୭୦ଟି ଜିଲ୍ଲା ପରିଷଦ ଜୋନର ଫଳାଫଳ ପ୍ରକାଶ ପାଇଛି । ଏଥିରେ ବିଜେଡି ୨୩୬ଟି ଆସନରେ ବିଜୟୀ ହୋଇଛି । ସେହିପରି ବିଜେପି ୧୬ ଓ କଂଗ୍ରେସ ୧୫ ଆସନ ପାଇଛନ୍ତି । ସ୍ୱାଧୀନ ଓ ଅନ୍ୟ ଦଳଙ୍କ ସପକ୍ଷରେ ଯାଇଛି ୩ଟି ଜୋନ । ଆହୁରି ୩୫ଟି ଜୋନର ଫଳାଫଳ ଆସିନାହିଁ । ଦ୍ୱିତୀୟ ଦିନର ଗଣତି ଆଜି ବି ଜାରି ରହିଛି । ତେବେ ଆଜି ତୃତୀୟ ଦିନ ଅର୍ଥାତ ଶେଷ ଦିନରେ ଭୋଟ ଗଣତି ଚାଲିଥିବା ବେଳେ ମୋଟ ୮୫୧ ଆସନର ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବ । ଏହା ପରେ କେଉଁ ଦଳ କେତେ ଆସନ ପାଇଲେ ସ୍ପଷ୍ଟ ହୋଇଯିବ । ତେବେ ଏହି ଦୁଇ ଦିନର ଅର୍ଥାତ ପ୍ରଥମ ଓ ଦ୍ୱିତୀୟ ଦିନର ଫଳାଫଳକୁ ଦେଖିଲେ ବିଜେଡି ଏକ ବୃହତ ବିଜୟ ଆଡକୁ ଯାଉଛି ।

Leave A Reply

Your email address will not be published.