ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଋଷ ଆକ୍ରମଣରେ ୩୫୨ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ..ଅଛନ୍ତି ୧୪ ଛୋଟ ପିଲା

0

ଋଷ ଓ ୟୁକ୍ରେନ ମଧ୍ୟ ଯୁଦ୍ଧ ଲାଗି ରହିଛି । ପାଞ୍ଚ ଦିନ ଧରି ଲଗାତର ଋଷ, ୟୁକ୍ରେନ ଉପରେ ମିସାଇଲ ଛାଡୁଛି । ଋଷ ଆକ୍ରମଣରେ ୟୁକ୍ରେନ ରାଜଧାନୀ କିବ୍ ସମେତ ଅନେକ ଅ ଳ ଧ୍ୱଂସବିଧ୍ୱଂସ୍ତ ହୋଇଯାଇଛି । ବହୁ ଧନ ଜୀବନ କ୍ଷତି ହୋଇଛି । ୟୁକ୍ରେନର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି, ଋଷ ଆକ୍ରମଣରେ ଏବେ ଯାଏଁ ୩୫୨ ୟୁକ୍ରେନ ନାଗରିଙ୍କ ମୃତ୍ୟୁ ହୋଇଛି । ସେଥିରେ ୧୪ ଜଣ ଛୋଟ ଛୁଆ ଅଛନ୍ତି । ଋଷ ଆକ୍ରମଣରେ ୧୬ ଶହ ୮୪ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୧୧୬ ଜଣ ଛୁଆ ଅଛନ୍ତି । ଆଶଙ୍କା କରାଯାଉଛି କି,ଆଗକୁ ଆହୁରି ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବଢିପାରେ ।

ତେବେ ଋଷ ଆକ୍ରମଣରେ କେତେ ୟୁକ୍ରେନ ସୈନିକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି । ଗୋଟେ ପଟେ ୟୁକ୍ରେନ ୩୦୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହେଉଥିବା କହୁଥିବା ବେଳେ ଋଷ କହିଛି ,ସେ କେବେଳ ସୈନ୍ୟ ମାନଙ୍କୁ ଟାର୍ଗେଟ କରୁଛି । ଋଷ ଦାବି କରିଛି ଯେ, ତା ପଟୁ ଯେଉଁ ମିସାଇଲ ମାଡ କରାଯାଇଛି ସେଥିରେ ୟୁକ୍ରେନ ନାଗରିକଙ୍କ କୌଣସି ବି କ୍ଷତି ହୋଇନାହିଁ। ତେବେ ରବିବାର ଋଷ କହିଛି, ୟୁକ୍ରେନରେ ତାର କିଛି ସୈନିକଙ୍କ ମୃତ୍ୟୁ ହୋଇଛି। ଋଷ ପ୍ରଥମ ଥର ପାଇଁ ଏହା ସ୍ୱୀକାର କରିଛି ଯେ, ୟୁକ୍ରେନ ଆକ୍ରମଣରେ ତାର କିଛି ସୈନିକଙ୍କ ମୃତ୍ୟୁ ହୋଇଛି । ସେପଟେ ୟୁଏନଏସସିରେ ୟୁକ୍ରେନ କହିଛି ଯେ, ଫେବୃଆରୀ ୧୭ ମଧ୍ୟରେ ୠଷର ୪୩୦୦ ସୈନିକଙ୍କୁ ସେ ମାରିଛି ଏବଂ ୨୦୦ରୁ ଅଧିକଙ୍କୁ ଯୁଦ୍ଧ ବନ୍ଦୀ କରାଯାଇଛି। କିନ୍ତୁ ଋଷ ଏହାକୁ ଅସ୍ୱୀକାର କରିଛି।

Leave A Reply

Your email address will not be published.