ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଭୋଟ ଗଣତିର ଶେଷ ଦିନ: ସ୍ପଷ୍ଟ ହେବ କାହାକୁ ମିଳିଲା କେତେ ଆସନ?

0

ପଞ୍ଜାୟତ ନିର୍ବାଚନର ଭୋଟ ଗଣତିର ଆଜି ତୃତୀୟ ଦିନ ।ଆଜି ଶେଷ ଦିନରେ ୨୩୦ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ଆରମ୍ଭ ହୋଇଛି । ଆଜି ସାରା ରାଜ୍ୟରେ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କିଏ କେଉଁଠି ଅଧ୍ୟକ୍ଷ ପଦ ଦଖଲ କରିବ । ପ୍ରଥମ ଦୁଇ ଦିନର ଫଳାଫଳ ଅନୁସାରେ ରାଜ୍ୟରେ ବିଜେଡି ନିଜର ଦବଦବା ଜାହିର କରିଥିବା ବେଳେ ବହୁ ପଛରେ ପଡିଯାଇଛନ୍ତି ବିଜେପି ଓ କଂଗ୍ରେସ । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ହୋଇଥିଲା । ସେଥିରୁ ବିଜେଡି ୨୮୨ ଆସନରେ ବାଜିମାତ କରିଛି । ବିଜେପିକୁ ମିଳିଛି ୧୫ ଆସନ । କଂଗ୍ରେସ ୧୪ ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଛି । ସେହପରି ସ୍ୱାଧୀନକୁ ୨ଟି ଓ ଅନ୍ୟାନ୍ୟ ଦଳ ଦୁଇଟି ଆସନ ଅକ୍ତିଆର କରିଛନ୍ତି ।

ସେହିପରି ଦ୍ୱିତୀୟ ଦିନରେ ୩୦୬ ଜୋନରେ ଭୋଟ ଗଣତି ହୋଇଥିଲା । ଦ୍ୱିତୀୟ ଦିନ ଗଣତିରୁ ଏଯାଏଁ ୨୭୦ଟି ଜିଲ୍ଲା ପରିଷଦ ଜୋନର ଫଳାଫଳ ପ୍ରକାଶ ପାଇଛି । ଏଥିରେ ବିଜେଡି ୨୩୬ଟି ଆସନରେ ବିଜୟୀ ହୋଇଛି । ସେହିପରି ବିଜେପି ୧୬ ଓ କଂଗ୍ରେସ ୧୫ ଆସନ ପାଇଛନ୍ତି । ସ୍ୱାଧୀନ ଓ ଅନ୍ୟ ଦଳଙ୍କ ସପକ୍ଷରେ ଯାଇଛି ୩ଟି ଜୋନ । ଆହୁରି ୩୫ଟି ଜୋନର ଫଳାଫଳ ଆସିନାହିଁ । ଦ୍ୱିତୀୟ ଦିନର ଗଣତି ଆଜି ବି ଜାରି ରହିଛି । ତେବେ ଆଜି ତୃତୀୟ ଦିନ ଅର୍ଥାତ ଶେଷ ଦିନରେ ଭୋଟ ଗଣତି ଚାଲିଥିବା ବେଳେ ମୋଟ ୮୫୧ ଆସନର ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବ । ଏହା ପରେ କେଉଁ ଦଳ କେତେ ଆସନ ପାଇଲେ ସ୍ପଷ୍ଟ ହୋଇଯିବ । ତେବେ ଏହି ଦୁଇ ଦିନର ଅର୍ଥାତ ପ୍ରଥମ ଓ ଦ୍ୱିତୀୟ ଦିନର ଫଳାଫଳକୁ ଦେଖିଲେ ବିଜେଡି ଏକ ବୃହତ ବିଜୟ ଆଡକୁ ଯାଉଛି ।

Leave A Reply

Your email address will not be published.