ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଦୁଇ ବର୍ଷ ପରେ ସ୍କୁଲ ଗଲେ ପ୍ରଥମରୁ ସପ୍ତମ ପିଲା, ପ୍ରଥମ ସପ୍ତାହରେ ହେବନି ପାଠପଢା

0

ଆଜିଠୁ ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାଙ୍କ ସ୍କୁଲ । ପାଖାପାଖି ଦୁଇ ବର୍ଷ ପରେ ସ୍କୁଲ ମାଟି ମାଡିଛନ୍ତି ଛାତ୍ରଛାତ୍ରୀ । ହେଲେ ସ୍କୁଲ ଖୋଲିଥିଲେ ମଧ୍ୟ ପ୍ରଥମ ସପ୍ତାହରେ ପିଲାଙ୍କୁ ମାନସିକ ଚାପରୁ ମୁକ୍ତ ରଖିବା ପାଇଁ ପାଠପଢା ହେବ ନାହିଁ । ଦୁଇ ବର୍ଷ ହେବ ପିଲାମାନେ ଘରେ କେମିତି କାଟିଲେ ସେ ନେଇ ଷ୍ଟୋରି ଲେଖିବା ସହ ବିଭିନ୍ନ ଆକ୍ଟିଭିଟି କରାଯିବ । ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ଥିବାରୁ ହସଖୁସିର ମାହୋଲରେ ପାଠପଢା ଯିବା ନେଇ ସ୍କୁଲ ଗୁଡିକୁ ନିର୍ଦ୍ଦେଶ ରହିଛି । ଦୁଇ ବର୍ଷର ପାଠପଢାର ଭରଣା କରାଯିବ । ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରିବାକୁ ସରକାର ଯୋଜନା କରିଛନ୍ତି ।

ତେବେ କୋଭିଡ କଟକଣାରେ ପାଠପଢା ନେଇ ସ୍କୁଲ ଗୁଡିକରେ ବିଭିନ୍ନ ବ୍ୟବସ୍ଥା ହୋଇଛି । ସ୍କୁଲର ସମସ୍ତ ଶ୍ରେଣୀ ଗୃହ ଗୁଡିକୁ ସାନିଟାଇଜ କରାଯାଇଛି । ଯେଉଁ ପିଲାମାନଙ୍କ ପାଖରେ ଲକ୍ଷଣ ରହିଛି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଗୃହର ବ୍ୟବସ୍ଥା କରାଯାଇଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାମାନେ ପ୍ରାୟ ଦୁଇ ବର୍ଷ ହେବ ଶ୍ରେଣୀ ଶିକ୍ଷା ଗ୍ରହଣ କରିନାହାନ୍ତି । ପାଠପଢାରରୁ ଦୂରେଇ ଥିବା ପିଲାମାନେ କିଭଳି ପଛେଇ ଯିବେ ନାହିଁ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । କିଭଳି ତାଙ୍କ ପାଠପଢା ଭରଣା କରାଯିବ ସେ ନେଇ ଗୁରୁତ୍ୱ ଦିଆଯିବ ।

Leave A Reply

Your email address will not be published.