ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜୁନ୍‌ରେ କୋଭିଡର ଚତୃର୍ଥ ଲହର!

0

ଦେଶରେ କରୋନାର ତୃତୀୟ ଲହର କମିଆସୁଥିବା ବେଳେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ଆଶ୍ୱସ୍ତି ଭିତରେ ପୁଣି ଆସିଛି ଭୟର ଖବର । ଖୁବ ଶୀଘ୍ର ଆସିପାରେ କରୋନାର ଚତୃର୍ଥ ଲହର । ଆଇଆଇଟି କାନପୁରର ଗବେଷକଙ୍କ ଅଧ୍ୟୟନରୁ ଜଣାପଡିଛି, ଜୁନ ମାସ ସୁଦ୍ଧା ଦେଶରେ କୋଭିଡର ଚତୃର୍ଥ ଲହର ଆସିପାରେ । ଏବଂ ଅଗଷ୍ଟ ତୃତୀୟ କିମ୍ବା ଚତୃର୍ଥ ସପ୍ତାହରେ ସଂକ୍ରମଣ ଶୀର୍ଷକୁ ଛୁଇଁପାରେ । ଏଭଳି ରିପୋର୍ଟ ପରେ ଏବେ ପୁଣି ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି । ଆଇଆଇଟି କାନପୁରର ରିପୋର୍ଟ ଅନୁସାରେ, ଚତୃର୍ଥ ଲହର ଚାରି ମାସ ଧରି ରହିବ ଏବଂ ଅଗଷ୍ଟ ଶେଷରେ ଏହା ପିକ୍‌ରେ ରହିବ । କୋଭିଡ ସଂକ୍ରମଣର ଦୈନିକ ସଂକ୍ରମଣକୁ ନେଇ ତିଆରି ହୋଇଥିବା ପରିସଂଖ୍ୟାନକୁ ଦେଖି ଗାଣିତିଜ୍ଞ ମାନେ ଏପରି ଆକଳନ କରିଛନ୍ତି । ଆଉ ଏକ

ଅନୁସନ୍ଧାନରୁ ଜଣାପଡିଛି, କରୋନାର ଚତୃର୍ଥ ଲହରରେ ଏହା ଦୁଇ ପ୍ରକାର ଭ୍ୟାରିଆ ରେ ଆସିପାରେ । ତେବେ ଏହା ପୂର୍ବ ଭ୍ୟାରିଆଣ୍ଟ ଠୁ ଅଧିକ କି କମ୍ ମାରାତ୍ମକ ହେବ ସେ ନେଇ ଅନୁମାନ କରାଯାଇନାହିଁ । । କୋଭିଡ ଆରମ୍ଭ ହେବାର ୯୩୬ ଦିନ ପରେ ଚତୃର୍ଥ ଲହର ଆସିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Leave A Reply

Your email address will not be published.