ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ମାସ ଆରମ୍ଭରୁ ଝଟ୍‌କା, ପୁଣି ବଢିଲା ଏଲପିଜି ଦର

0

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ମାର୍ଚ୍ଚ ପହିଲାରୁ ଗ୍ରାହକଙ୍କ ଉପରେ ପଡିଛି ଚଡ଼କ । ପୁଣି ବଢିଛି ଏଲପିଜି ସିଲିଣ୍ଡର ଦର । ତେବେ ଏହି ବର୍ଦ୍ଧିତ ମୂଲ୍ୟ ୧୦୫ ଟଙ୍କା କମର୍ସିଆଲ ସିଲିଣ୍ଡର ପାଇଁ ଲାଗୁ ହୋଇଛି । ଫେବୃଆରୀ ପହିଲାରେ ଏହାର ଦର ୯୧ ଟଙ୍କା ୫୦ ପଇସାରେ ବୃଦ୍ଧି ପାଇଥିବା ବେଳେ ଏବେ ପୁଣି ଏହାର ଦର ବଢିଛି। ତେବେ ଘରେ ବ୍ୟବହୃତ ଏଲପିଜି ସିଲିଣ୍ଡର ମୂଲ୍ୟ ଅକ୍ଟୋବର ୬, ୨୦୨୧ ପରଠୁ ଅପରିବର୍ତ୍ତିତ ରହିଛି। ଅକ୍ଟୋବରର ସିଲିଣ୍ଡର ମୂଲ୍ୟ ଶସ୍ତା କି ମହଙ୍ଗା ହୋଇନଥିବା ବେଳେ ମାର୍ଚ୍ଚ ୭ ପରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ମହଙ୍ଗା ହେବାର ସମ୍ଭାବନା ରହିଛି ।

ତେବେ କମର୍ସିଆଲ ୧୯ ଲିଟର ସିଲିଣ୍ଡର ମୂଲ୍ୟ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିଛି ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ଏବେ କମର୍ସିଆଲ ସିଲିଣ୍ଡରର ଦର ୨୦୨୧ ଟଙ୍କା ରହିଛି । ସେହିପରି କୋଲକତାରେ ୧୯୮୭ ଟଙ୍କା ବଦଳରେ ୨୦୯୫ ଟଙ୍କା, ମୁମ୍ବାଇରେ ୧୮୫୭ରୁ ୧୯୬୩ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ୟପଟେ ୧୪ କେଜି ଘରୋଇ ଏଲପିଜିର ମୂଲ୍ୟ ଅପରିବର୍ତ୍ତିତ ରହିଛି । ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ଘରୋଇ ଏଲପିଜି ଦର ମଧ୍ୟ ବଢିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.