ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଦୁଃଖଦ ଖବର। ୟୁକ୍ରେନ ଉପରେ ଋଷ ଆକ୍ରମଣ ଚାଲିଗଲା ଭାରତୀୟ ଛାତ୍ରଙ୍କ ଜୀବନ। ବୈଦେଶିକ ମନ୍ତ୍ରାଳୟ
ପକ୍ଷରୁ ଏନେଇ ଟୁଇଟ କରି ସୂଚନା ଦିଆଯାଇଛି । ମୃତ ଛାତ୍ର ଜଣକ କର୍ଣ୍ଣାଟକ ନବୀନ କୁମାର ବୋଲି ଜଣାପଡିଛି । ମୃତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ ଥିବା ବେଦୈଶିକ ମନ୍ତ୍ରାଳୟ କହିଛି । ଖାରକିଭ୍ରେ ହୋଇଥିବା ଋଷ ବୋମାମାଡ଼ରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହା ପରେ ବିଦେଶ ମନ୍ତ୍ରାଳୟ ଋଷ ଓ ୟୁକ୍ରେନ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗରେ ଅଛନ୍ତି। ଖାରକିଭ ଓ କ୍ଷତିଗ୍ରସ୍ତ ଅଞ୍ଚଳରେ ଫସିରହିଥିବା ଭାରତୀୟଙ୍କୁ ତୁରନ୍ତ ଫେରାଇଆଣିବାକୁ ପଦକ୍ଷେପ ନିଆଯାଉଛି । ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ଧାର କରାଯାଉଥିବା ବେଳେ ଏବେ ବି ଅନେକ ଫସିରହିଛନ୍ତି । ଆଜି ସକାଳେ ଭାରତୀୟ ଦୂତବାସ ପକ୍ଷରୁ ସମସ୍ତ ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଆଡଭାଇଜରି ପରେ ଲାଗୁଥିଲା କିବ୍ରେ ସ୍ଥିତି ବିଗିଡିପାରେ ଆହୁରି ଖରାପ ହୋଇପାରେ। ଏହାରି ଭିତରେ ଏହି ଦୁଃଖଦ ଖବର ଆସିଛି ।
ପ୍ରମୁଖ ଖବର
ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ