ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଋଷ ଆକ୍ରମଣରେ ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

0

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଦୁଃଖଦ ଖବର। ୟୁକ୍ରେନ ଉପରେ ଋଷ ଆକ୍ରମଣ ଚାଲିଗଲା ଭାରତୀୟ ଛାତ୍ରଙ୍କ ଜୀବନ। ବୈଦେଶିକ ମନ୍ତ୍ରାଳୟ
ପକ୍ଷରୁ ଏନେଇ ଟୁଇଟ କରି ସୂଚନା ଦିଆଯାଇଛି । ମୃତ ଛାତ୍ର ଜଣକ କର୍ଣ୍ଣାଟକ ନବୀନ କୁମାର ବୋଲି ଜଣାପଡିଛି । ମୃତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ ଥିବା ବେଦୈଶିକ ମନ୍ତ୍ରାଳୟ କହିଛି । ଖାରକିଭ୍‌ରେ ହୋଇଥିବା ଋଷ ବୋମାମାଡ଼ରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହା ପରେ ବିଦେଶ ମନ୍ତ୍ରାଳୟ ଋଷ ଓ ୟୁକ୍ରେନ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗରେ ଅଛନ୍ତି। ଖାରକିଭ ଓ କ୍ଷତିଗ୍ରସ୍ତ ଅଞ୍ଚଳରେ ଫସିରହିଥିବା ଭାରତୀୟଙ୍କୁ ତୁରନ୍ତ ଫେରାଇଆଣିବାକୁ ପଦକ୍ଷେପ ନିଆଯାଉଛି । ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ଧାର କରାଯାଉଥିବା ବେଳେ ଏବେ ବି ଅନେକ ଫସିରହିଛନ୍ତି । ଆଜି ସକାଳେ ଭାରତୀୟ ଦୂତବାସ ପକ୍ଷରୁ ସମସ୍ତ ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଆଡଭାଇଜରି ପରେ ଲାଗୁଥିଲା କିବ୍‌ରେ ସ୍ଥିତି ବିଗିଡିପାରେ ଆହୁରି ଖରାପ ହୋଇପାରେ। ଏହାରି ଭିତରେ ଏହି ଦୁଃଖଦ ଖବର ଆସିଛି ।

Leave A Reply

Your email address will not be published.