ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ଆଜିଠୁ ପୌର ନାମାଙ୍କନ

0

ସରିଲା ଗାଁ ଭୋଟ, ଏବେ ସହର ପାଳି । ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା । ଆସନ୍ତା ୭ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ । ରାଜ୍ୟର ୧୦୬ଟି ପୌର ସଂସ୍ଥା ଓ ୩ଟି ମହାନଗର ନିଗମରେ ନିର୍ବାଚନ ନେଇ ଆଜିଠୁ ନାମାଙ୍କନ । ଏଥର ପଞ୍ଚାୟତ ଭଳି ପୌର ନିର୍ବାଚନରେ ମଧ୍ୟ ପ୍ରାର୍ଥୀଙ୍କୁ ସତ୍ୟପାଠ ଦେବାକୁ ପଡିବ । ତେବେ ସାଢେ ୩ ବର୍ଷ ବିଳମ୍ବରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ହାତରେ କମ ସମୟ ଥିବାରୁ ପ୍ରାର୍ଥୀ ଚୟନରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏଥର ମ୍ୟୁନିସପାଲଟି ,ଚେୟାରମ୍ୟାନ ଓ ମହାନଗର ନିଗମ ମେୟର ପଦ ଲାଗି ସିଧାସଳଖ ନିର୍ବାଚନ ହେବ ।

ଆଜିଠୁ ନାମାଙ୍କନ ଦାଖଲ ପ୍ରକିୟା ଆରମ୍ଭ ହୋଇ ୭ ତାରିଖ ଯାଏଁ ଚାଲିବ । ଏହା ପରେ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବ । ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ ହେବ । ଏବଂ ମାର୍ଚ୍ଚ ୨୬ରେ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ । ଏପ୍ରିଲ ୭ରେ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ହେବ । ଏପ୍ରିଲ ୮ରେ ଡେପୁଟି ମେୟର ନିର୍ବାଚନ ହେବ । ପୌର ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୧୦୬ଟି ପୌର ପରିଷଦର ୧୭୩୧ ୱାର୍ଡର ୩ ହଜାର ୩୦ଟି ବୁଥରେ ନିର୍ବାଚନ ହେବ । ମୋଟ ୨୭ ଲକ୍ଷରୁ ଅଧିକ ଭୋଟର ମତଦାନ କରିବେ । ସେହିଭଳି ୩ଟି ମହାନଗର ନିଗମରେ ୧୬୮ଟି ୱାର୍ଡରେ ୧୪୦୭ଟି ବୁଥରେ ନିର୍ବାଚନ ହେବ । ୧୪ ଲକ୍ଷ ୨୬ ହଜାରରୁ ଅଧିକ ଭୋଟ ମତଦାନ କରିବେ ।

Leave A Reply

Your email address will not be published.