ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ

0

ଆଜି ଜାଗର ତଥା ମହାଶିବରାତ୍ରୀ । ଏଥିପାଇଁ ରାଜ୍ୟର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇପଡିଛି । ବିଭିନ୍ନ ଶୈବପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଗତ ଦୁଇ ବର୍ଷ ହେବ କୋଭିଡ ନିୟମରେ ଜାଗର ପାଳନ ହେଉଛି । ଚଳିତ ଥର ମଧ୍ୟ ସଂକ୍ରମଣ କମିଥିଲେ ବି କରୋନାର ଭୟ ଟଳିନଥିବାରୁ ବିଭିନ୍ନ କଟକଣା ଲଗାଇଛି ପ୍ରଶାସନ ।ଭକ୍ତମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ମନ୍ଦିର ମାନଙ୍କରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । କରୋନା କଟକଣାରେ ଭକ୍ତ ମାନେ ଦର୍ଶନ କରୁଛନ୍ତି । ଲିଙ୍ଗରାଜ ମନ୍ଦିରରେ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମନ୍ଦିର ବେଢାରେ ଭକ୍ତମାନେ ସାମାଜିକ ଦୂରତା ରଖି ଦୀପ ଦାନ କରୁଛନ୍ତି । ଗର୍ଭଗୃହକୁ ଭକ୍ତଙ୍କ ପ୍ରବେଶ ନିଷେଧ ଥିବା ବେଳେ ଆଡ଼ କାଠ ଯାଏଁ ଭକ୍ତମାନେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ରାତି ୧୦ଟାରେ ମହାଦୀପ ଉଠିବ ।

ସେହିପରି ରାଜ୍ୟର ପ୍ରମୁଖ ଶୈବପୀଠ ଆଠଗଡ଼ର ଧବଳେଶ୍ୱର, ଢେଙ୍କାନାଳର କପିଳାସ, ଆରଡିର ଆଖଣ୍ଡଳମଣି, ବାଲେଶ୍ୱରର ପ ଲିଙ୍ଗେଶ୍ୱର,ପୁରୀର ଲୋକନାଥ ପୀଠ, କୋରପୁଟର ଗୁପ୍ତେଶ୍ୱର ମନ୍ଦିରେ ମହାଶିବରାତ୍ରୀ ମହାଆଡମ୍ବରରେ ପାଳିତ ହେଉଛି । ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ମଧ୍ୟ ଏ ବର୍ଷ ଫିକା ପଡିବ ଜାଗର ପର୍ବ । କୋଭିଡ କଟକଣା ପାଇଁ ପୀଠରେ ୧୪୪ ଧାରା ଲଗାଯାଇଛି । ସକାଳ ୫ରୁ ୨ ତାରିଖ ସନ୍ଧ୍ୟା ୭ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ମଧ୍ୟରାତ୍ରରେ ବାବା ଧବଳେଶ୍ୱରଙ୍କଠାରେ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗୁ ହେବା ପରେ ମହାଦୀପ ଉଠିବ ।

Leave A Reply

Your email address will not be published.