ପ୍ରମୁଖ ଖବର

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ: ଶାର୍ପ ସୁଟର ସହ ୩ ଗିରଫ
ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଚି ଆସନ ଛାଡିଲେ ବିଜୟ
ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ସୁପ୍ରିୟା ସୁଲେଙ୍କ କାର୍‌କୁ ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ
ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ
ମୋଦୀଙ୍କ ଦେଶବାସୀଙ୍କୁ ଆହ୍ୱାନ:‘ଗୋଟିଏ ବର୍ଷ ‘ସୁନା କିଣନ୍ତୁ ନାହିଁ,ୱାର୍କ ଫ୍ରମ୍ ହୋମ୍‌ କରନ୍ତୁ -ଇନ୍ଧନ ସଞ୍ଚୟ କରନ୍ତୁ’

ବିଜେଡିର ବଡ଼ ବିଜୟ, ଯୁଆଡେ ଚାହିଁବ ସିଆଡେ ଶଙ୍ଖ

0

ଭାଙ୍ଗିଲା ସବୁ ରେକର୍ଡ।ପଞ୍ଚାୟତ ନିର୍ବାଚନରେ ବିଜେଡିର ବଡ଼ ବିଜୟ । ଗାଁ ଗାଁରେ ଦେଖବାକୁ ମିଳିଛି ନବୀନ କ୍ରେଜ୍ । ୮୫୧ ଜିଲ୍ଲା ପରିଷଦ ଆସନରୁ ବର୍ତମାନ ୮୨୯ର ଫଳାଫଳ ଆସିଛି । ସେଥିରୁ ୭୪୩ ଜୋନରେ ବାଜିମାତ କରିଛି ବିଜେଡି । ବିଜେପି ଖାତାକୁ ମାତ୍ର ୪୨ ଆସନ ଯାଇଥିବା ବେଳେ କଂଗ୍ରେସ ୩୭ଟି ଜୋନରେ ବିଜୟୀ ହୋଇଛି । ସେହିପରି ସ୍ୱାଧୀନ ଓ ଅନ୍ୟାନ୍ୟ ଦଳକୁ ମିଳିଛି ମାତ୍ର ୭ ଆସନ । ତିନିଦିନର ଗଣତି ସୁଦ୍ଧା ବିଜେଡି ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ସଭାପତି ପଦବୀ ହାତେଇବା ସ୍ଥିତିରେ ଥିବା ବେଳେ ବିଜେପି ଓ କଂଗ୍ରେସ ଟକ୍କର ଦେବା ପାଇଁ ରେସରୁ ଆଉଟ ହୋଇଯାଇଛନ୍ତି । ଏବେର ଟ୍ରେଣ୍ଡ ଅନୁସାରେ ବିଜେଡି ୭୬୫ ଆସନରେ ଆଗୁଆ ଥିବା ବେଳେ ବିଜେପି ୪୨ଟି ଆସନରେ କଂଗ୍ରେସ ୩୭ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗରେ ଅଛନ୍ତି ।

ମୟୁରଭଞ୍ଜରୁ ମାଲକାନିଗିରି, ବରଗଡ଼ରୁ ବାଲେଶ୍ୱର, ଗଜପତିରୁ ଗଞ୍ଜାମ, ସୁ୍‌ନ୍ଦରଗଡରୁ ସମ୍ବଲପୁର ସବୁଠି କେବଳ ଶଙ୍ଖ ଧ୍ୱନି ଶୁଭିଛି । ଭଦ୍ରକ, ଝାରସୁଗୁଡା, ଯାଜପୁର ଓ ଦେବଗଡ଼ରେ କ୍ଲିନ ସୁଇପ କରିଛି ବିଜେଡି । ସବୁଠି ନବୀନ ମ୍ୟାଜିକ ଦେଖିବାକୁ ମିଳିଥିବା ବେଳେ ଚିତପଟାଙ୍ଗ ମାରିଛି ବିଜେପି । କଂଗ୍ରେସ ମଧ୍ୟ ନିଜର ସ୍ଥିତି ବଂଚାଇବାକୁ ସଂଘର୍ଷ ଜାରି ରଖିଛି । ୨୦୧୨ରେ ୬୫୧ଟି ଜିଲ୍ଲା ପରିଷଦ ଆସନ ଜିତି ବିଜେଡି ରେକର୍ଡ କରିଥିଲା । ବିଜେପି ୨୦୧୭ରେ କଡ଼ା ଟକ୍କର ଦେଇଥିଲା । ଫଳରେ ବିଜେଡି ୪୭୬କୁ ଖସିଆସିଥିଲା । ଚଳିତ ଥର ବିଜେପି ପୂର୍ବ ରେକର୍ଡ ଦୋହରାଇବ ବୋଲି ଆକଳନ କରିଥିଲା ଯାହା ସ୍ୱପ୍ନରେ ରହିଯାଇଛି । ୨୨ ବର୍ଷ ଶାସନରେ ଜିଲ୍ଲା ପରିଷଦ ନିର୍ବାଚନରେ ଶାସକ ବିଜେଡି ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି ।

Leave A Reply

Your email address will not be published.