ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୨୨ଟି ଆସନ ପାଇଁ ପଡୁଛି ଭୋଟ୍‌

0

ଆଜି ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ସକାଳୁ ମତଦାନ ଆରମ୍ଭ ହୋଇସାରିଛି । ଆଜି ୨୨ଟି ଆସନ ପାଇଁ ୯୨ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି । ଆଠଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ୧୨୪୭ଟି ପୁଲିଂ ବୁଥରେ ଭୋଟ ଗ୍ରହଣ ଚାଲିଛି । ନିର୍ବାଚନ ଆୟୋଗଙ୍କ ତରଫରୁ ସୁରକ୍ଷା କଡାକଡି କରାଯାଇଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁ ବଡ଼ ବଡ଼ ନେତାଙ୍କ ଭାଗ୍ୟ ଇଭିଏମର ବନ୍ଦ ହେବ । ଉଭୟ କଂଗ୍ରେସ ଓ ବିଜେପି ଏଥର ମଣିପୁରରେ ସରକାର ଗଢିବେ ବୋଲି ଦାବି କରୁଛନ୍ତି ।

ଆଜି ଭୋଟିଂ ହେଉଥିବା ୨୨ଟି ଆସନରୁ ୧୫ଟି ଆସନ ବିଜେପି ହାତେଇବ ବୋଲି ଦାବି କରୁଛି । ସେହିପରି କଂଗ୍ରେସ ୨୦ଟି ଆସନ ହାତେଇବ ବୋଲି ଦାବି କରିଛି । ତେବେ ମଣିପୁରରେ କିଏ ସରକାର ଗଢିବ ତା ଉପରେ ଏବେ ନଜର । ମଣିପୁର ବିଧାନସଭା ନିର୍ବାଚନର ଭୋଟ ଗଣତି ଆସନ୍ତା ୧୦ ତାରିଖ ଦିନ ହେବ । ସେପଟେ ମଣିପୁରରେ ପ୍ରଥମ ପର୍ଯ୍ୟାୟ ମତଦାନରେ ୧୨ଟି ପୁଲିଂ ବୁଥରେ ହିଂସା ହୋଇଥିବାରୁ ସେଠାରେ ମଧ୍ୟ ଆଜି ନିର୍ବାଚନ ହେଉଛି । ସେହିପରି ଉତ୍ତରପ୍ରଦେଶରେ ଆଜି ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରର ଶେଷ ଦିନ । ଆସନ୍ତା ୭ରେ ସପ୍ତମ ପର୍ଯ୍ୟାୟ ମତଦାନ ହେବ ।

Leave A Reply

Your email address will not be published.