ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

‘ନାଟୋ’ ଉପରେ ବର୍ଷିଲେ ଜେଲେନସ୍କି

0

ୟୁକ୍ରେନର କିଭ୍ ଉପରେ କବଜା କରିବା ପାଇଁ ଋଷ ସେନା ଲଗାତର ଆକ୍ରମଣ କରୁଛି । ତେବେ ଏହାରି ଭିତରେ ନାଟୋ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି । ଏବେ ଜେଲେନସ୍କି ଏକାକୀ ଋଷ ବିରୋଧରେ ଲଢେଇ ଜାରି ରଖିଥିବା ବେଳେ ୟୁକ୍ରେନର ଆକାଶପଥକୁ ନାଟୋ ନୋ ଫ୍ଲାଇଂ ଜୋନ ବା ନୋ ଫ୍ଲାଏ ଜୋନ ଭାବେ ଘୋଷଣା କରୁ ବୋଲି ଅନୁରୋଧ କରିଥିଲେ । ।ଏହାଦ୍ୱାରା ଋଷ ଆକାଶପଥରୁ କରୁଥିବା ହମଲାକୁ ରୋକାଯାଇପାରିବ ବୋଲି ଜେଲେନସ୍କି ଆଶା କରିଥିଲେ । କିନ୍ତୁ ନାଟୋ ସେକ୍ରେଟେରୀ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ ଅଗ୍ରାହ୍ୟ କରିଦେଇଛନ୍ତି । ନାଟୋ ଯଦି ନୋ ଫ୍ଲାଇଂ ଜୋନ ଘୋଷଣା କରିବ ତା ହେଲେ ଋଷ ସହ ୟୁରୋପର ବିବାଦ ଆହୁରୀ ତୀବ୍ର ହେବ ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ଜେଲେନସ୍କିଙ୍କ ଏହି ଦାବିକୁ ପ୍ରତ୍ୟାଖାନ କରିବା ପରେ ନାଟୋ ଉପରେ ସେ ଖୁବ ବର୍ଷିଛନ୍ତି । ଜେଲେନସ୍କି କହିଛନ୍ତି,ୟୁକ୍ରେନରେ ବିନାଶ ପାଇଁ ପାଶ୍ଚାତ୍ୟର ସାମରିକ ସହଯୋଗୀ ଦଳ ଦାୟୀ ରହିବ । ନାଟୋର ଏହି ନିଷ୍ପତ୍ତି କୁ ଜେଲେନସ୍କି ନିନ୍ଦା କରିଛନ୍ତି ।

ସେ କହିଛନ୍ତି, ନାଟୋର ଗୋଟିଏ ଶିଖର ସମ୍ମିଳନୀ ହୋଇଥିଲା । ଏହା ଏକ ଦୁର୍ବଳ ଓ ଦ୍ୱନ୍ଦପୂର୍ଣ୍ଣ ଶିଖର ସମ୍ମିଳନୀ ଥିଲା । ସମସ୍ତେ ୟୁରୋପର ସ୍ୱାଧୀନତା ସଂଗ୍ରାମକୁ ନିଜର ଏକ ନମ୍ବର ଲକ୍ଷ୍ୟ ବୋଲି ଭାବନ୍ତି ନାହିଁ ବୋଲି ଏହି ଶିଖର ସମ୍ମିଳନୀରୁ ସ୍ପଷ୍ଟ ହୋଇଛି । ୟୁକ୍ରେନର ନୂଆ ଷ୍ଟ୍ରାଇକ ଓ ମୃତାହତ ଅବଶ୍ୟମ୍ଭାବୀ ବୋଲି ନାଟୋ ଭଲ ଭାବେ ଜାଣିଛି । ତଥାପି ସେମାନେ ୟୁକ୍ରେନର ଆକାଶପଥକୁ ବନ୍ଦ କରିବେ ନାହିଁ ବୋଲି କହିଛନ୍ତି । ନାଟୋ ନୋ ଫ୍ଲାଇଂ ଜୋନ ମାନ୍ୟତା ଦେବାକୁ ମନା କରିଛି । ଏପରି କରି ନାଟୋର ସଦସ୍ୟମାନେ ୟୁକ୍ରେନର ବିଭିନ୍ନ ଅଞ୍ଚଳ ଉପରେ ବୋମାମାଡ଼ ପାଇଁ ପଥ ପରିଷ୍କାର କରିଛନ୍ତି । ନାଟୋର ଏଭଳି ନିଷ୍ପତ୍ତି ଜେନେଲସ୍କିଙ୍କୁ ବ୍ୟଥିତ କରିଛି ।

Leave A Reply

Your email address will not be published.