ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

0

ଖୋର୍ଧା ଜିଲ୍ଲା ରାଜନୀତିରେ ଅଧିକ ସକ୍ରିୟ ହେବେ

ଏଥର ରାଜ୍ୟସଭା ପଠାଇବାକୁ ବିଜେଡି ଚିନ୍ତାକରୁଛି

ଅପରାଜିତାଙ୍କୁ ଚେକ ଦେବାଲାଗି ବ୍ୟବହାର କରିବେ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ମିଳିଥିବା ସଫଳତା ଆଖି ଖୋସିଦେବା ଭଳି ହୋଇଛି। ଏବେ ଦଳ ପୌର ନିର୍ବାଚନରେ ବି ଅନୁରୂପ ଶୈଳୀରେ ଲଢୁଛି। ବିଜେଡି ନେତାମାନେ ଦାବି କରିଛନ୍ତି ଯେ ପଞ୍ଚାୟତ ସଫଳତା ଦଳ ପୌର ନିର୍ବାଚନରେ ଦୋହରାଇବ। ଅନ୍ୟପଟରେ ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ମହଲରୁ ମିଳୁଥିବା ଖବର କହୁଛି ଯେ ପଞ୍ଚାୟତ ଓ ପୌର ନିର୍ବାଚନ ଗୋଟିଚାଳନା କରିବାରେ ଯେଉଁମାନଙ୍କର ବେଶୀ ଅବଦାନ ରହିଛି, ସେମାନଙ୍କୁ ଆସନ୍ତା ତିନି ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ଭେଟି ଦେବେ। ଏହି କ୍ରମରେ ବିଜେଡିର ଗଣମାଧ୍ୟମ ଉପଦେଷ୍ଟା ତଥା ରାଜ୍ୟ ସରକାରଙ୍କର ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସବୁଠାରୁ ଆଗରେ ଅଛନ୍ତି।

ବିଜେଡିର ଶୀର୍ଷସ୍ତରର ଖବର ଅନୁସାରେ, ମାନସଙ୍କୁ ମୁଖ୍ୟମନ୍ତ୍ରୀ ଅତି ବିଶ୍ବାସକୁ ନେଇଛନ୍ତି। ଗତ ସାଧାରଣ ନିର୍ବାଚନ ଓ ସଂପ୍ରତି ପଞ୍ଚାୟତ ଏବଂ ପୌର ନିର୍ବାଚନରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ଏଣୁ ତାଙ୍କୁ ଖୁବ୍ ଶୀଘ୍ର କିଛି ଗୋଟିଏ ବଡ ଦାୟିତ୍ବ ମିଳିପାରେ। ଏପରିକି ଆସନ୍ତା ରାଜ୍ୟସଭା ନିର୍ବାଚନରେ ମାନସଙ୍କ ନାମ ଉପରେ ଦଳ ବିଚାର କଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ବିଜେଡିର ଅନେକ ଆଗଧାଡିର ନେତାମାନେ ଏ ନେଇ ଖୋଲାଖୋଲି ଆଲୋଚନା ଆରମ୍ଭ କଲେଣି।

ଶ୍ରୀ ମଙ୍ଗରାଜ ତାଙ୍କର ଦୀର୍ଘ ଅଭିଜ୍ଞତା ଓ ଚତୁର ଗୋଟିଚାଳନାରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। କେବଳ ସେତିକି ନୁହେଁ, ବିରୋଧୀଙ୍କୁ ଜବାବ ପ୍ରଦାନ ଠାରୁ ଆରମ୍ଭ କରି କୋଭିଡ୍ ପରବର୍ତ୍ତୀ ସମୟରେ ସାମ୍ବାଦିକଙ୍କୁ ସ୍ବାସ୍ଥ୍ୟ ବୀମା ପ୍ରଦାନ, ହକରମାନଙ୍କୁ ସହାୟତା ଆଦି ଅନେକ ବଡ ନିଷ୍ପତ୍ତି ପଛରେ ତାଙ୍କର ଭୂମିକା ରହିଛି।

ଆହୁରି ଗୋଟିଏ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ଶ୍ରୀ ମଙ୍ଗରାଜଙ୍କୁ ଖୋର୍ଧା ଜିଲ୍ଲା ରାଜନୀତିରେ ଅଧିକ ସକ୍ରିୟ କରିବାକୁ ବିଜେଡି ମନ ବଳାଇଛି। ଦଳ ତାଙ୍କ ଇସାରାରେ ଏଠାରୁ ଗୋଟିଚାଳନା କରୁଛି। ଆଗକୁ ଏ ସଂକ୍ରାନ୍ତରେ ଗୋଟିଏ ସ୍ପଷ୍ଟ ବାର୍ତ୍ତା ଦିଆଯିବ। ଫଳରେ ଅନ୍ୟ ବିଧାୟକମାନେ ଏହାକୁ ଅନୁପାଳନରେ ଆଦୌ ଦ୍ବିଧା କରିବେ ନାହିଁ। ଖୋର୍ଧା ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି। ବିଜେଡିରେ ଅନ୍ତଃକନ୍ଦଳ ଶୀର୍ଷ ଛୁଇଁଛି। ଚିଲିକାରେ ପ୍ରଶାନ୍ତ ଜଗଦେବଙ୍କ କାର୍ଯ୍ୟ ବିଜେଡିକୁ ନିନ୍ଦିତ କରିଛି। ଦଳ ଯଦିଓ ତାଙ୍କୁ ନିଲମ୍ବିତ କରିଛି, ସେଠାରେ କାହାକୁ ନେଇ ଆଗକୁ ଯିବ ତାହା ଏବେଠାରୁ କହିବା ମୁସ୍କିଲ୍।

ସେହିଭଳି ବେଗୁନିଆରେ ଦଳକୁ ନୂଆକରି ଯାଇଥିବା ପ୍ରଦୀପ ସାହୁଙ୍କୁ ଗୋଟିଏ ଗୋଷ୍ଠୀ ବିରୋଧ କରୁଛନ୍ତି। ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଖୋର୍ଧାକୁ ଫେରିବାକୁ ଆଗ୍ରହୀ ଥିଲେ ହେଁ ହାଇକମାଣ୍ଡଙ୍କ ସଙ୍କେତ ଏଯାଏ ମିଳୁନାହିଁ। ବିଧାୟକ ଜିତୁ ମିତ୍ରଙ୍କୁ ନିର୍ବାଚନ ପୂର୍ବରୁ ଦଳ ପୂରା ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ। ପୁଣି ଜଟଣୀ ଆସନଟି କଂଗ୍ରେସ ହାତରେ ରହିଛି। ଏହାବ୍ୟତୀତ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପତିଆରା ବିଜେଡିକୁ ଅନେକ ସ୍ଥାନରେ ରୋକୁଛି। ଏଣୁ ମାନସଙ୍କୁ ସାମ୍ନାରେ ରଖି ବିଜେଡି ସମୁଦାୟ ପରିସ୍ଥିତିର ମୁକାବିଲା କରିବା ଲାଗି ଯୋଜନା ଚାଲିଛି। ମାନସଙ୍କୁ ଖୋର୍ଧା କିମ୍ବା ଚିଲିକା ଭିତରୁ କେଉଁଠୁ ପ୍ରତ୍ୟକ୍ଷ ନେତୃତ୍ବ ନେବେ ତାହା ମୁଖ୍ୟମନ୍ତ୍ରୀ ସ୍ଥିର କରିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ।

ଏଠାରେ ଉଲ୍ଲେଖଥାଉକି, ସାମ୍ବାଦିକତାରୁ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ ମଙ୍ଗରାଜ ପୂର୍ବରୁ କଂଗ୍ରେସ ଟିକେଟରେ ଚିଲିକା ନିର୍ବାଚନମଣ୍ଡଳୀରେ ଲଢି ସାରିଛନ୍ତି। ତେବେ ବିଜେଡିରେ ଯୋଗଦେବା ପରେ ନବୀନ ତାଙ୍କୁ ସ୍ବୀକୃତି ଦେଇ ଦଳ ଓ ସରକାର ଏଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଥିଲେ। ଦଳର ଗଣମାଧ୍ୟମରେ ଭୂମିକା, ରଣନୀତି ସଂପର୍କରେ ମାର୍ଗଦର୍ଶନ କରୁଥିବା ଶ୍ରୀ ମଙ୍ଗରାଜ ଖୋର୍ଧାରେ ଅପରାଜିତାକୁ ଚେକ୍ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବାେଲି କୁହାଯାଉଛି।

Leave A Reply

Your email address will not be published.