ପ୍ରମୁଖ ଖବର

ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ରିମାଣ୍ଡରେ ଆସିବେ ଦୁଇ ଅଭିଯୁକ୍ତ
କୃଷି ସଚିବଙ୍କ ଚେତାବନୀ; ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ହେବ ଦରମା ବନ୍ଦ
ଭ୍ୟାନ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
କେନ୍ଦୁଝରରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା

ପ୍ରତିଶୋଧ ପାଇଁ ସୁପାରୀ!

0

ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୪ ଜଣଙ୍କୁ ଅଟକ ରଖିଛି ପୁଲିସ । ଦୁଇ ଷଡଯନ୍ତ୍ରକାରୀଙ୍କ ସମେତ ପୁଲିସ ୪ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଏତଲାକୁ ଭିତ୍ତି କରି ଏମାନଙ୍କୁ ପୁଲିସ ଅଟକ ରଖିଛି । ଏମାନଙ୍କ ଭିତରେ ଦୁଇ ଜଣ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ଥିବା ଜଣାପଡିଛି । ତେବେ ବଡ଼ କଥା ହେଲା,ଏହି ହତ୍ୟାକାଣ୍ଡ ପାଇଁ ୩୦ ଲକ୍ଷ ଟଙ୍କା ସୁପାରୀ ଦିଆଯାଇଥିବା ବେଳେ ୨ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା । ତେବେ ହତ୍ୟାକାଣ୍ଡ ସହ ସଂପୃକ୍ତ ଥିବା ହତ୍ୟାକାରୀଙ୍କ ପାଖରେ ସିଧାସଳଖ ପହଞ୍ଚି ପାରିନି ପୁଲିସ । କାଳିଆ ସିଂହାରୀ ଓ ଦୋଳଗୋବିନ୍ଦଙ୍କୁ ପୁଲିସ ଅଟକ ରଖିବା, ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ଦିଗକୁ ସୂଚାଉଛି ।

ଗତ ବୁଧବାର କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଦିନ ଦ୍ୱିପହରରେ ଗୁଳି କରିଥିଲେ ଦୁର୍ବୃତ୍ତ। ଏହି ଗୁଳିକାଣ୍ଡ ପରେ ଦୋହଲିଯାଇଥିଲା ପୁରୀ । ଘଟଣାସ୍ଥଳରୁ ରକ୍ତଜୁଡୁବୁଡୁ କାଗଜ,ଚପଲ ଓ ୪ଟି ଖୋକା ଜବତ କରିଥିଲା ଫରେନସିକ ଟିମ୍ । ୨୦୧୨ରେ ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ ମାମଲା ସହ ଏହି ହତ୍ୟାକାଣ୍ଡର ସଂପୃକ୍ତ ଥିବା ସନ୍ଦେହ କରାଯାଇଥିଲା । କୃଷ୍ଣ ପ୍ରତିହାରୀଙ୍କ ଭାଇ ପୁରୀ ଟାଉନ ଥାନାରେ ଏକ ମାମଲା ଦାୟର କରିଥିଲେ। ଏଫଆଇଆରରେ ଟୁଟୁ, କୁନୁମୁନି, ବାବା ମହାପାତ୍ର ଓ ହରିପଣ୍ଡା ଗୁଳିମାଡ଼ କରିଥିବା ଉଲ୍ଲେଖ କରାଯାଇଥିଲା । ।

Leave A Reply

Your email address will not be published.