ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଯୁଦ୍ଧ ନଥମିଲେ, ତୃତୀୟ ବିଶ୍ୱଯୁଦ୍ଧ ହେବ: ଜେଲେନସ୍କି

0

ୟୁକ୍ରେନ ଉପରେ ଋଷ ଲଗାତର ଆକ୍ରମଣ ଜାରି ରଖିଛି । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଏକ ବଡ଼ ବୟାନ ଦେଇଛନ୍ତି । ଜେଲେନସ୍କି କହିଛନ୍ତି, ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ଯଦି ଆଲୋଚନା ବିଫଳ ହୁଏ,ତେବେ ଏହାର ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ ହେବ । ୟୁକ୍ରେନ ରାଷ୍ଟ୍ରପତିଙ୍କ ଏହି ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ଋଷ , ୟୁକ୍ରେନ ଉପରେ ଲଗାତର ପ୍ରଚଣ୍ଡ ଆକ୍ରମଣ କରିଛିା ଏହା ପୂର୍ବରୁ ଜେଲେନସ୍କି ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଯୁଦ୍ଧ ରୋକିବା ପାଇଁ ସିଧାସଳଖ ଆଲୋଚନା କରିବାକୁ ଅପିଲ କରିଥିଲେ । ଏହା ପୂର୍ବରୁ ଋଷ ମାରିୟୁପୋଲ ସହରରେ ଏକ ସ୍କୁଲ ବିଲ୍ଡିଂ ଉପରେ ଜୋରଦାର ଆକ୍ରମଣ କରିଛି ।

ୟୁକ୍ରେନ ଅଭିଯୋଗ କରିଛି ଯେ, ଏହି ସ୍କୁଲରେ ୪୦୦ ଯୁଦ୍ଧ ପୀଡିତ ଶରଣ ନେଇଥିଲେ । ଋଷର ମିଜାଇଲ ମାଡ଼ ରେ ସ୍କୁଲ ବିଲ୍ଡିଂଟି ଭୁଶୁଡି ପଡିଥିଲା ।ଏବଂ ଏଠାରେ ଆଶ୍ରୟ ନେଇଥିବା ଲୋକ ମାଟି ତଳେ ଦବି ହୋଇରହିଥିବା ଆଶଙ୍କା କରାଯାଉଛି । ଋଷ ସେନା ମାରିୟୁପୋଲଠୁ ନେଇକି କିବ୍‌, ଖାରକିଭ୍‌, ଏବଂ ଡୋନେସ୍ତକଠୁ ନେଇକି ଲୁହାନସ୍କ ଯାଏଁ ବୋମାମାଡ଼ କରିଛନ୍ତି । ୟୁକ୍ରେନର ସ୍ଥାନୀୟ ମିଡିଆ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଯେଉଁ ଫଟୋ ଜାରି କରାଯାଇଛି । ଫଟୋରେ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିବା ନଜର ଆସୁଛି ।

Leave A Reply

Your email address will not be published.