ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଯୁଦ୍ଧ ନଥମିଲେ, ତୃତୀୟ ବିଶ୍ୱଯୁଦ୍ଧ ହେବ: ଜେଲେନସ୍କି

0

ୟୁକ୍ରେନ ଉପରେ ଋଷ ଲଗାତର ଆକ୍ରମଣ ଜାରି ରଖିଛି । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଏକ ବଡ଼ ବୟାନ ଦେଇଛନ୍ତି । ଜେଲେନସ୍କି କହିଛନ୍ତି, ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ଯଦି ଆଲୋଚନା ବିଫଳ ହୁଏ,ତେବେ ଏହାର ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ ହେବ । ୟୁକ୍ରେନ ରାଷ୍ଟ୍ରପତିଙ୍କ ଏହି ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ଋଷ , ୟୁକ୍ରେନ ଉପରେ ଲଗାତର ପ୍ରଚଣ୍ଡ ଆକ୍ରମଣ କରିଛିା ଏହା ପୂର୍ବରୁ ଜେଲେନସ୍କି ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଯୁଦ୍ଧ ରୋକିବା ପାଇଁ ସିଧାସଳଖ ଆଲୋଚନା କରିବାକୁ ଅପିଲ କରିଥିଲେ । ଏହା ପୂର୍ବରୁ ଋଷ ମାରିୟୁପୋଲ ସହରରେ ଏକ ସ୍କୁଲ ବିଲ୍ଡିଂ ଉପରେ ଜୋରଦାର ଆକ୍ରମଣ କରିଛି ।

ୟୁକ୍ରେନ ଅଭିଯୋଗ କରିଛି ଯେ, ଏହି ସ୍କୁଲରେ ୪୦୦ ଯୁଦ୍ଧ ପୀଡିତ ଶରଣ ନେଇଥିଲେ । ଋଷର ମିଜାଇଲ ମାଡ଼ ରେ ସ୍କୁଲ ବିଲ୍ଡିଂଟି ଭୁଶୁଡି ପଡିଥିଲା ।ଏବଂ ଏଠାରେ ଆଶ୍ରୟ ନେଇଥିବା ଲୋକ ମାଟି ତଳେ ଦବି ହୋଇରହିଥିବା ଆଶଙ୍କା କରାଯାଉଛି । ଋଷ ସେନା ମାରିୟୁପୋଲଠୁ ନେଇକି କିବ୍‌, ଖାରକିଭ୍‌, ଏବଂ ଡୋନେସ୍ତକଠୁ ନେଇକି ଲୁହାନସ୍କ ଯାଏଁ ବୋମାମାଡ଼ କରିଛନ୍ତି । ୟୁକ୍ରେନର ସ୍ଥାନୀୟ ମିଡିଆ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଯେଉଁ ଫଟୋ ଜାରି କରାଯାଇଛି । ଫଟୋରେ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିବା ନଜର ଆସୁଛି ।

Leave A Reply

Your email address will not be published.