ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ମାନସ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ର ଛାନ୍‌ଭିନ୍‌

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି ତଦନ୍ତ । ଏଯାଏଁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ପାଖରେ ପୁଲିସ ପହଞ୍ଚି ପାରିନଥିବା ବେଳେ ରାଜ୍ୟ ବାହାରକୁ ଯାଇଛି ଏକ କ୍ରାଇମବ୍ରାଞ୍ଚ ଟିମ୍ । ହତ୍ୟା ମାମଲା ଉପରୁ ପରଦା ହଟାଇବାକୁ ଆକ୍ସନ ମୋଡରେ କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ମଧ୍ୟ ଭଦ୍ରକ ଏସପି ଅଫିସରେ ପହଞ୍ଚି ଏସପିଙ୍କ ସହ ଆଲୋଚନା କରିଛନ୍ତି । ଏହି ମାମଲାରେ ଜଡିତ ସମସ୍ତ କାଗଜପତ୍ର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି ।

କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଗତକାଲି ମାନସ ହତ୍ୟା ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ସମ୍ଭାଳିବ ବୋଲି କହିଥିଲେ । ଏଥିପାଇଁ ୨ଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ମାନସ ହତ୍ୟା ମାମଲାର ତଦନ୍ତ କରିବ । ଅନ୍ୟ ଟିମଟି ଶର୍ମିଷ୍ଠାଙ୍କୁ ଖୋଜି ବାହାର କରିବାରେ ସାହାର୍ଯ୍ୟ କରିବ । ଶର୍ମିଷ୍ଠା ରାଜ୍ୟ ବାହାରକୁ ଯାଇଥିବା ଅନୁମାନ କରାଯାଉଥିବା ବେଳେ କ୍ରାଇମବ୍ରାଞ୍ଚ ର ଏକ ଟିମ୍ ଆଜି ରାଜ୍ୟ ବାହାରକୁ ଯାଇଛି । ଶର୍ମିଷ୍ଠାଙ୍କ ଫେରାର ପଛରେ ସହଯୋଗ କରିଥିବା ତାଙ୍କ ଭାଇଙ୍କୁ ମଧ୍ୟ ବିଜୟୱାଡାରୁ ଆଣି ପୁଲିସ ଗିରଫ କରିଛି । ଶର୍ମିଷ୍ଠା ରାଉତ ଗିରଫ ପରେ ହତ୍ୟା ମାମଲାରୁ ସମ୍ପୂର୍ଣ୍ଣ ପରଦା ଉଠିପାରିବ । ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଏବେ ବି ଫେରାର ଅଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମେତ ପୁଲିସ ଏ ମାମଲାରେ ଏବେ ଯାଏ ୬ ଜଣଙ୍କୁ ଗିରଫ କରିଛି ।

Leave A Reply

Your email address will not be published.