ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ବିଧାୟକଙ୍କ ମିଡିଆ ପ୍ରଭାରୀଙ୍କୁ ମାଡ଼

0

ଟଙ୍କା ବାଣ୍ଟିବା ଅଭିଯୋଗରେ ବିଧାୟକଙ୍କ ମିଡିଆ ପ୍ରଭାରୀଙ୍କୁ ମାଡ଼ ଅଭିଯୋଗ । ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେରଙ୍କ ମିଡିଆ ପ୍ରଭାରୀ ପ୍ରଦୀପ ମେହେରଙ୍କୁ ଭୋଟ କେନ୍ଦ୍ର ବାହାରେ ଟଙ୍କା ବାଣ୍ଟୁ ଥିବା ଅଭିଯୋଗରେ ସ୍ଥାନୀୟ ଲୋକ ମାଡ଼ ମାରିଛନ୍ତି । ପାଟଣାଗଡ଼ ଏନଏସି କୋଲପଡ଼ାରେ ଏହି ଘଟଣା ଘଟିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି କିଛି ଲୋକଙ୍କୁ ଉଠାଇ ନେବା ସହ ତଦନ୍ତ ଆରମ୍ଭ କରିଛି ।

ଖବର ଅନୁସାରେ ପାଟଣାଗଡ଼ ଏନଏସିର ୧ ନଂ, ୨ନଂ, ୩ ନଂ ବୁଥରେ ପ୍ରଦୀପ ମେହେର ଟଙ୍କା ବାଣ୍ଟୁ ଥିଲେ । ଏହି ସମୟରେ ସେଠାରେ କିଛି ବିଜେପି କର୍ମୀ ପହଞ୍ଚି ଯାଇଥିଲେ । ଟଙ୍କା ବାଣ୍ଟୁ ଥିବାର ଦେଖି ସେଠାରେ ପ୍ରଦୀପ ମେହେରଙ୍କୁ ପିଟିଥିଲେ । ଏହା ପରେ ଦଳୀୟ କର୍ମୀ ପ୍ରଦୀପଙ୍କୁ ଉଦ୍ଧାର କରିଥିଲେ । କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ।

Leave A Reply

Your email address will not be published.