ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆଜି ପୌରାଞ୍ଚଳ ପାଇଁ ପଡୁଛି ଭୋଟ, ନେତା ବାଛିବ ସହର

0

ଆଜି ରାଜ୍ୟରେ ପୌର ନିର୍ବାଚନ ପାଇଁ ପଡୁଛି ଭୋଟ । ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ୩ଟି ମହାନଗର ନିଗମ ଓ ୧୦୬ଟି ପୌର ପରିଷଦ ପାଇଁ ଭୋଟ ଗ୍ରହଣ ଚାଲିଛି । ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ଚାଲିବ । ୪୭ଟି ମ୍ୟୁନିସପାଲଟି ଓ ୫୯ଟି ଏନଏସି ପାଇଁ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ରେମୁଣା, ଚାନ୍ଦବାଲି, ଧାମନଗର, ବିଜେପୁର ହେଉଛି ନୂଆ ଏନଏସି । ହିନ୍ଦୋଳ ଓ ଅତାବିରା ଏନଏସିର କାର୍ଯ୍ୟକାଳ ସରିନଥିବାରୁ ଭୋଟ ହୋଇନି ।

୧୦୬ ପୌର ପରିଷଦରେ ମୋଟ ୧ ହଜାର ୭୩୧ଟି ୱାର୍ଡ ରହିଛି । ୩ଟି ପୌର ନିଗମରେ ରହିଛି ମୋଟ ୧୬୮ଟି ୱାର୍ଡ । ନିର୍ବାଚନରେ ୬୪୧୧ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ୪୦ ଲକ୍ଷ ୫୫ ହଜାର ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ସିଧାସଳଖ ଭୋଟିଂ ହେଉଛି। ଏଥିପାଇଁ ପୃଥକ ପୃଥକ ଦୁଇଟି ଇଭିଏମ ବ୍ୟବହାର ହୋଇଛି ।

ମହାନଗର ନିଗମରେ କର୍ପୋରେଟର ଓ ମେୟର ପାଇଁ ଅଲଗା ଅଲଗା ଇଭିଏମ ରହିଛି । ପୌରାଞ୍ଚଳରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ଅଲଗା ଅଲଗା ଇଭିଏମ ରହିଛି । ଭୁବନେଶ୍ୱରରେ ୬୭ଟି ୱାର୍ଡ ପାଇଁ ୭୦୫ଟି ବୁଥ କରାଯାଇଛି । ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ଓ ୪ ପୁଲିଂ ଅଫିସର ଅଛନ୍ତି । ମତଦାନକୁ ସ୍ୱଚ୍ଚ ଓ ନିରପେକ୍ଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଭୋଟ ଗ୍ରହଣ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସହ ସାରିବା ପାଇଁ ୧୯୫ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.