ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଆଜି ପୌରାଞ୍ଚଳ ପାଇଁ ପଡୁଛି ଭୋଟ, ନେତା ବାଛିବ ସହର

0

ଆଜି ରାଜ୍ୟରେ ପୌର ନିର୍ବାଚନ ପାଇଁ ପଡୁଛି ଭୋଟ । ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ୩ଟି ମହାନଗର ନିଗମ ଓ ୧୦୬ଟି ପୌର ପରିଷଦ ପାଇଁ ଭୋଟ ଗ୍ରହଣ ଚାଲିଛି । ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ଚାଲିବ । ୪୭ଟି ମ୍ୟୁନିସପାଲଟି ଓ ୫୯ଟି ଏନଏସି ପାଇଁ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ରେମୁଣା, ଚାନ୍ଦବାଲି, ଧାମନଗର, ବିଜେପୁର ହେଉଛି ନୂଆ ଏନଏସି । ହିନ୍ଦୋଳ ଓ ଅତାବିରା ଏନଏସିର କାର୍ଯ୍ୟକାଳ ସରିନଥିବାରୁ ଭୋଟ ହୋଇନି ।

୧୦୬ ପୌର ପରିଷଦରେ ମୋଟ ୧ ହଜାର ୭୩୧ଟି ୱାର୍ଡ ରହିଛି । ୩ଟି ପୌର ନିଗମରେ ରହିଛି ମୋଟ ୧୬୮ଟି ୱାର୍ଡ । ନିର୍ବାଚନରେ ୬୪୧୧ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ୪୦ ଲକ୍ଷ ୫୫ ହଜାର ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ସିଧାସଳଖ ଭୋଟିଂ ହେଉଛି। ଏଥିପାଇଁ ପୃଥକ ପୃଥକ ଦୁଇଟି ଇଭିଏମ ବ୍ୟବହାର ହୋଇଛି ।

ମହାନଗର ନିଗମରେ କର୍ପୋରେଟର ଓ ମେୟର ପାଇଁ ଅଲଗା ଅଲଗା ଇଭିଏମ ରହିଛି । ପୌରାଞ୍ଚଳରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ଅଲଗା ଅଲଗା ଇଭିଏମ ରହିଛି । ଭୁବନେଶ୍ୱରରେ ୬୭ଟି ୱାର୍ଡ ପାଇଁ ୭୦୫ଟି ବୁଥ କରାଯାଇଛି । ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ଓ ୪ ପୁଲିଂ ଅଫିସର ଅଛନ୍ତି । ମତଦାନକୁ ସ୍ୱଚ୍ଚ ଓ ନିରପେକ୍ଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଭୋଟ ଗ୍ରହଣ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସହ ସାରିବା ପାଇଁ ୧୯୫ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.