ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଭୋଟ ଦେଲେ ନବୀନ

0

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଳାସପଲ୍ଲୀ ୟୁପି ସ୍କୁଲରେ ହୋଇଥିବା ବୁଥରେ ନବୀନ ଭୋଟ ଦେଇଛନ୍ତି । ନବୀନ ନିବାସରୁ ମତଦାନ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଚାଲି ଚାଲି ଯାଇଥିଲେ । ଚାଲି ଚାଲି ଯାଇ ଭୁବନେଶ୍ୱର ମହାନଗର ନିଗମର ୫୩ ନମ୍ବର ୱାର୍ଡର ୫୪୪ ନମ୍ବର ବୁଥରେ ନିଜ ମତାଧିକାରୀ ସାବ୍ୟସ୍ତ କରିଛନ୍ତି ।

ସେହିପରି ଭୋଟ ଦେବା ପରେ ମଧ୍ୟ ଚାଲି ଚାଲି ନବୀନ ନିବାସକୁ ଫେରିଥିଲେ । ସେହିପରି ୫ ଟି ସଚିବ ଭି କାର୍ତ୍ତିର୍କେୟନ ପାଣ୍ଡିଆନ ମଧ୍ୟ ଧାଡିରେ ଛିଡା ହୋଇ ଭୋଟ ଦେଇଛନ୍ତି । ଭୁବନେଶ୍ୱର ୟୁନିଟ ୬ ସ୍ଥିତ ହାଇସ୍କୁଲ ୪୬ ନମ୍ବର ୱାର୍ଡର ୪୮୩ ନମ୍ବର ବୁଥରେ ଭି.କାର୍ତ୍ତିର୍କେୟନ ପାଣ୍ଡିଆନ ଓ ପତ୍ନୀ ସୁଜାତା ପାଣ୍ଡିଆନ ଭୋଟ ଦେଇଛନ୍ତି । ଜଣେ ସଚେତନ ନାଗରିକ ଭାବେ ଲମ୍ବା ଧାଡିରେ ଛିଡା ହୋଇ ସେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ।

ଆଜି ରାଜ୍ୟରେ ପୌର ନିର୍ବାଚନ ପାଇଁ ପଡୁଛି ଭୋଟ । ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ୩ଟି ମହାନଗର ନିଗମ ଓ ୧୦୬ଟି ପୌର ପରିଷଦ ପାଇଁ ଭୋଟ ଗ୍ରହଣ ଚାଲିଛି । ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ଚାଲିବ । ୪୭ଟି ମ୍ୟୁନିସପାଲଟି ଓ ୫୯ଟି ଏନଏସି ପାଇଁ ମତଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ମତଦାନକୁ ସ୍ୱଚ୍ଚ ଓ ନିରପେକ୍ଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଭୋଟ ଗ୍ରହଣ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସହ ସାରିବା ପାଇଁ ୧୯୫ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.