ଗୁଳି ଫୁଟି ଚାଲିଗଲା ଥାନା ବାବୁଙ୍କ ଜୀବନ । ଘରେ ରିଭଲଭର ସଫା କରୁଥିବା ସମୟରେ ଗୁଳିଫୁଟି ଭଞ୍ଜନଗର ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ ହୋଇଛି । ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ନେଇ ଗଞ୍ଜାମ ଏସପି ସୂଚନା ଦେଇଛନ୍ତି । ଦେବ କୁମାର ଗମାଙ୍ଗ ନିଜ ରିଭଲଭର ସଫା କରୁଥିଲେ । ଏହି ସମୟରେ ବନ୍ଧୁକରୁ ଗୁଳି ଫୁଟି ତାଙ୍କ ଦେହରେ ବାଜିଥିଲା । ଫଳରେ ତାଙ୍କୁ ତୁରନ୍ତ ଆସ୍କା ହସ୍ୱିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ । ଦୁଇଟି ଗୁଳି ତାଙ୍କ ଅ । ତଳେ ବାଜିଛି । ଗୁଳି ବାଜିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଗଞ୍ଜାମ ଏସପି ଘଟଣା ସ୍ଥଳକୁ ଯାଇ ଯାଂଚ କରୁଛନ୍ତି ।
ପ୍ରମୁଖ ଖବର
ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ