ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ଆଜି ୟୁକ୍ରେନ ସୀମାନ୍ତ ପୋଲାଣ୍ଡ ପହଞ୍ଚିବେ ବାଇଡେନ୍‌

0

ୟୁକ୍ରେନ-ଋଷ ଯୁଦ୍ଧ ଭିନ୍ନ ମୋଡ଼ ନେଇପାରେ । କାରଣ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୋଲାଣ୍ଡ ପହଞ୍ଚିବେ । ଏହି ଗସ୍ତର ଗୁରୁତ୍ୱ ଅନେକ ରହିଛି । କାରଣ ପୋଲାଣ୍ଡ ସୀମା ନେଇ ୟୁକ୍ରେନକୁ ସହାୟତା ପହଞ୍ଚୁ ଥିବାରୁ ଋଷ ଟାର୍ଗେଟରେ ପୋଲାଣ୍ଡ ରହିଛି । ପୋଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ବାଇଡେନ ଆଲୋଚନା କରି ଋଷ ବିରୋଧରେ ଲଗାଯାଇଥିବା କଟକଣାକୁ ଆହୁରି କଡା କରିବା କରିବା ପାଇଁ ପଦକ୍ଷେପ ନେବେ ବୋଲି ଜଣାପଡିଛି । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ମାସେ ପୁରିଥିବା ବେଳେ କେହି କାହା ଆଗରେ ମୁଣ୍ଡ ନୁଆଁଇବାକୁ ନାରାଜ ।

ୟୁକ୍ରେନର ବିଭିନ୍ନ ସହର ଉପରେ ଋଷ ଘନ ଘନ ମିସାଇଲ ମାଡ଼ କରୁଛି । ଋଷ ୟୁକ୍ରେନକ ବାରମ୍ବାର ପରମାଣୁ ଆକ୍ରମଣ ଭୟ ଦେଖାଉଛି । ସେପଟେ ନାଟୋର ଜରୁରୀ ବୈଠକରେ ଯୋଗ ଦେଇ ଜି ସେଭେନେ ରାଷ୍ଟ୍ର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ବାଇଡେନ କହିଛନ୍ତି, ଋଷ ଯଦି କେମିକାଲ ବା ରାସାୟନିକ ଅସ୍ତ୍ର ପ୍ରୟୋଗ ନେଇ ପ୍ରମାଣ ମିଳେ ତେବେ ସେମାନେ ଚୁପ ବସିବେନି । ନାଟୋ କେବେ ହେଲେ ଚୁପ ବସିବନି ବାଇଡେନ ଚେତାବନୀ ଦେଇଛନ୍ତି । ନାଟୋର ହେଡ଼କ୍ୱାର୍ଟର ବେଲଜିୟମର ବ୍ରସେଲନ୍ସ ଆୟୋଜିତ ସମ୍ମିଳନୀରେ ଯୋଗ ଦେଇ ବାଇଡେନ ଏହା କହିଛନ୍ତି । ଏପଟେ ଆମେରିକା ପ୍ରତ୍ୟକ୍ଷ ଯୁଦ୍ଧରେ ସାମିଲ ହେବ ନାହିଁ କହିଥିବା ବେଳେ ଋଷ ବିରୋଧରେ ପରୋକ୍ଷରେ ଯୁଦ୍ଧ ପାଇଁ ବ୍ୟାପକ ପ୍ରସ୍ତୁତି କରିଦେଇଛନ୍ତି ବାଇଡେନ ।

Leave A Reply

Your email address will not be published.