ପୁଣି ବଢିଲା ତୈଳ ଦର । ଗୋଟିଏ ଦିନର ଆଶ୍ୱସ୍ତି ପରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ତୈଳ ଦର ଲଗାତର ବଢିବାରେ ଲାଗିଛି । ଗତ ୪ ଦିନରେ ତୃତୀୟ ଥର ପାଇଁ ତୈଳ ଦର ବୃଦ୍ଧି ହୋଇଛି। ପେଟୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବଢିଛି। ଭୁବନେଶ୍ୱର ପେଟ୍ରୋଲ ୮୬ ଓ ଡିଜେଲ ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଛି । ଗତ ବର୍ଷ ନଭେମ୍ବର ମାସ ପରେ ତୈଳ ଦର ସ୍ଥିର ରହିଥିଲା । ଏହା ପରେ ଗତ ମଙ୍ଗଳବାରଠୁ ତୈଳ ଦର ବଢିବା ଆରମ୍ଭ ହୋଇଯାଇଛି । ନଭେମ୍ବରରେ କେନ୍ଦ୍ର ସରକାର ତେଲ ଉପରୁ ଏକ୍ସସାଇଜ ଡ୍ୟୁଟି କମାଇଥିଲେ । ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା କମାଇଥିଲେ କେନ୍ଦ୍ର ସରକାର । କେନ୍ଦ୍ର ପରେ ରାଜ୍ୟ ଗୁଡିକ ମଧ୍ୟ ତେଲ ଉପରୁ ଭାଟ କମାଇଥିଲେ।
ଆସନ୍ତୁ ଜାଣିବା କେଉଁଠି କେତେ ତୈଳ ଦର?
ଦିଲ୍ଲୀ ୯୭.୮୧ , ୮୯.୦୭
ମୁମ୍ବ୍ଧାଇ ୧୧୨.୫୧, ୯୬.୭୦
କୋଲକାତା ୧୦୭.୧୮, ୯୨.୨୨
ଚେନ୍ନାଇ ୧୦୩.୬୭ , ୯୩.୭୧
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍ ଭୋଟରଙ୍କୁ SIR ନୋଟିସ୍
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ