ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୩୧ ଦିନରେ ଧ୍ୱଂସବିଧ୍ୱସ୍ତ ହୋଇଗଲା ଖାରକିଭ୍‌, ଖାଦ୍ୟ,ପାଣି ପାଇଁ ଡହଳବିକଳ ଲୋକ

0

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗତ ୩୧ ଦିନରୁ ଜାରି ରହିଛି । ଋଷ ପକ୍ଷରୁ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ କରାଯାଇଛି । ୟୁକ୍ରେନର ବହୁ ସହର ଧ୍ୱଂସବିଧ୍ୱସ୍ତ ହୋଇଯାଇଛି। ୟୁକ୍ରେନର ଅଧିକାରୀଙ୍କ ତରଫର ଦାବି କରାଯାଇଛି ଯେ, ଋଷ ସେନା ନିକଟରେ ମାରିୟୁପୋଲ ଥିଏଟର ଉପରେ ଏୟାର ଷ୍ଟ୍ରାଇକ କରିଛନ୍ତି। ଥିଏଟର ଉପରେ ହୋଇଥିବା ଏହି ଆକ୍ରମଣରେ ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଥିଏଟରରେ ୮୦୦ରୁ ୧୩୦୦ ଲୋକ ଆଶ୍ରୟ ନେଇଥିଲେ । ଏହି ଥିଏଟରକୁ ଲୋକେ ଆଶ୍ରୟ ସ୍ଥଳ ଭାବେ ବ୍ୟବହାର କରୁଥିଲେ ।

ଏତିକି ହିଁ ନୁହେଁ ଏବେ ୟୁକ୍ରେନରେ ଖାଦ୍ୟ ସଙ୍କଟ ବି ଦେଖାଦେଲାଣି । ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ମାରିୟୁପୋଲରେ ଏବେ ପ୍ରାୟ ୧ ଲକ୍ଷ ଲୋକ ଏବେ ଖାଦ୍ୟ ଓ ପାଣି ବିନା ପଡିରହିଛନ୍ତି । ଭୋକରେ ଆଉଟପାଉଟ ହେଉଛନ୍ତି । କିନ୍ତୁ ଋଷ ସେମାନଙ୍କ ନିକଟରେ ମାନବୀୟ ସହାୟତା ପହଞ୍ଚାଇବାକୁ ଦେଉନାହିଁ ।

ଏଜେନ୍ସିର ରିପୋର୍ଟ ଅନୁସାରେ, ଋଷ ପକ୍ଷରୁ ସବୁଠୁ ଅଧିକ ଆକ୍ରମଣ କିଭ୍ ଓ ଖାରକିଭ୍ ଉପରେ କରାଯାଇଛି । ଖାରକିଭ୍‌ର ସ୍ଥିତି ବହୁତ ଦୟନୀୟ ହୋଇପଡିଛି । ଏଠାରେ ଏବେ ଖାଦ୍ୟ ଅଭାବ ଦେଖାଦେଇଛି । ଖାଇବା ପାଇଁ ଲୋକ ଲମ୍ବା ଧାଡିରେ ଛିଡା ହେଉଛନ୍ତି । ଖାରକିଭରେ ଲଗାତର ଆକ୍ରମଣ ଯୋଗୁଁ ଲୋକ ମେଟ୍ରୋରେ ଶରଣ ନେଇଛନ୍ତି ।

Leave A Reply

Your email address will not be published.