ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ତେଲ ଦରରେ ନିଆଁ, ୬ ଦିନରେ ବଢିଲାଣି ୫ ଥର

0

ରାତି ପାହିଲେ ବଦଳୁଛି ତେଳ ଦର । ୬ ଦିନରେ ୫ ଥର ବଢିଲାଣି ପେଟ୍ରୋଲ ଓଡିଜେଲ । ଆଜି ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ଲିଟର ପିଛା ୫୫ପଇସା ବୃଦ୍ଧି ପାଇଛି । ଯାହା ଖାଉଟିଙ୍କୁ ବାଧୁଛି। ୟୁପି ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ଉପରମୁହାଁ ହୋଇଛି ତେଲ ଦର। ୨୨ ତାରିଖରୁ ସକାଳୁ ପ୍ରତିଦିନ ତେଲ ଦରରେ ପରିବର୍ତ୍ତନ ହେଉଛି ।
ଆସନ୍ତୁ ଜାଣିବା କେଉଁଠି କେତେ ରହିଛି ତେଲ ଦର?
ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୯୯.୧୧ ୯୦.୪୨
ମୁମ୍ବାଇ ୧୧୩.୮୮ ୯୮.୧୩
ଚେନ୍ନାଇ ୧୦୪.୯୦ ୯୫.୦୦
କୋଲକାତା ୧୦୮.୫୩ ୯୩.୫୭

ଲଗାତର ୧୩୭ ଦିନ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ୪ ମାସ ପରେ ତେଲ ବଜାରରେ ନିଆଁ ଲାଗିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ବଢୁଛି ଅନ୍ତର୍ଜାତୀୟ ତୈଳ ଦର । କରୋନା ଯୋଗୁଁ ତୈଳ ଉତ୍ପାଦାନକାରୀ ଦେଶ ତୈଳ କମାଇଦେଇଥିଲେ । ତାହା ଏଯାଏଁ ସ୍ୱାଭାବିକ ହୋଇନାହିଁ । ଏହା ସହିତ ଋଷୟୁକ୍ରେନ ଯୁଦ୍ଧ ଯୋଗୁଁ କାଳେ ଋଷରୁ ଉତ୍ପାଦିତ ତେଲ ବଜାରକୁ ଆସିବାରେ ଅସୁବିଧା ହେବ ତେଣୁ ଅନ୍ତରାଷ୍ଟି୍ରୟ ବଜାରରେ ତୈଳ ଦର ବଢିଚାଲିଛି । ନଭେମ୍ବର ମାସରେ ବ୍ୟାରେଲ ପିଛା ୮୨ ଡଲାର ଥିବା ଅଶୋଧିତ ତୈଳ ଦର ଏବେ ୧୨୦ ଡଲାରରେ ପହଞ୍ଚିଯାଇଛି । ତେଣ ଯୁଦ୍ଧର ସ୍ଥିତି ଉପରେ ମଧ୍ୟ ତେଲ ଦର ନିର୍ଭର କରୁଛି ।

Leave A Reply

Your email address will not be published.