ରାତି ପାହିଲେ ବଦଳୁଛି ତେଳ ଦର । ୬ ଦିନରେ ୫ ଥର ବଢିଲାଣି ପେଟ୍ରୋଲ ଓଡିଜେଲ । ଆଜି ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ଲିଟର ପିଛା ୫୫ପଇସା ବୃଦ୍ଧି ପାଇଛି । ଯାହା ଖାଉଟିଙ୍କୁ ବାଧୁଛି। ୟୁପି ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ଉପରମୁହାଁ ହୋଇଛି ତେଲ ଦର। ୨୨ ତାରିଖରୁ ସକାଳୁ ପ୍ରତିଦିନ ତେଲ ଦରରେ ପରିବର୍ତ୍ତନ ହେଉଛି ।
ଆସନ୍ତୁ ଜାଣିବା କେଉଁଠି କେତେ ରହିଛି ତେଲ ଦର?
ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୯୯.୧୧ ୯୦.୪୨
ମୁମ୍ବାଇ ୧୧୩.୮୮ ୯୮.୧୩
ଚେନ୍ନାଇ ୧୦୪.୯୦ ୯୫.୦୦
କୋଲକାତା ୧୦୮.୫୩ ୯୩.୫୭
ଲଗାତର ୧୩୭ ଦିନ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ୪ ମାସ ପରେ ତେଲ ବଜାରରେ ନିଆଁ ଲାଗିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ବଢୁଛି ଅନ୍ତର୍ଜାତୀୟ ତୈଳ ଦର । କରୋନା ଯୋଗୁଁ ତୈଳ ଉତ୍ପାଦାନକାରୀ ଦେଶ ତୈଳ କମାଇଦେଇଥିଲେ । ତାହା ଏଯାଏଁ ସ୍ୱାଭାବିକ ହୋଇନାହିଁ । ଏହା ସହିତ ଋଷୟୁକ୍ରେନ ଯୁଦ୍ଧ ଯୋଗୁଁ କାଳେ ଋଷରୁ ଉତ୍ପାଦିତ ତେଲ ବଜାରକୁ ଆସିବାରେ ଅସୁବିଧା ହେବ ତେଣୁ ଅନ୍ତରାଷ୍ଟି୍ରୟ ବଜାରରେ ତୈଳ ଦର ବଢିଚାଲିଛି । ନଭେମ୍ବର ମାସରେ ବ୍ୟାରେଲ ପିଛା ୮୨ ଡଲାର ଥିବା ଅଶୋଧିତ ତୈଳ ଦର ଏବେ ୧୨୦ ଡଲାରରେ ପହଞ୍ଚିଯାଇଛି । ତେଣ ଯୁଦ୍ଧର ସ୍ଥିତି ଉପରେ ମଧ୍ୟ ତେଲ ଦର ନିର୍ଭର କରୁଛି ।
ପ୍ରମୁଖ ଖବର
ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ